
ଭୁବନେଶ୍ୱର ,ରାଜ୍ୟରେ ରାଜନୀତିକ ଉଷ୍ମତା ବଢ଼ିଚାଲିଛି।ରାଜ୍ୟସଭା ନିର୍ବାଚନରେ ବଡ ଚକମା ଦେବ କି ବିଜେପି ।
ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକ ପରେ ବିଜେପିର ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସମେତ ୫ ବିଧାୟକ ବିଧାନସଭା ଯାଇ ୧୬ସେଟ୍ ଫର୍ମ କିଣିଛନ୍ତି।
ବିଜେପି ରାଜ୍ୟସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀ ଘୋଷଣା କରିପାରେ ।
ଯଦି ବିଜେପି ରାଜ୍ୟସଭାନିର୍ବାଚନ ପାଇଁ ଚାରି ପ୍ରାର୍ଥୀ ଘୋଷଣାକରେ, ତାହାଲେ ବିଧାୟକ ସଂଖ୍ୟା ଦେଖିଲେ ତାହା ଖୁବ୍ କମ।
କାହାକୁ ପ୍ରାର୍ଥ କରିବ ବିଜେପି ତାହା ଏପର୍ଯ୍ୟନ୍ତ ଘୋଷଣା କରିନଥିବା ବେଳେ ପୂର୍ବଥର ଭଳି ଏଥର ବିଜେପି ରାଜ୍ୟସଭା ନିର୍ବାଚନରେ ଡମି ପ୍ରାର୍ଥୀ ଦେବା ନେଇସମ୍ଭବନା ରହିଛି ।
ବିଜେପି ପାଖରେ ବିଧାୟକ ସଂଖ୍ୟା ୮୨ ଥିବା ବେଳେ ବିରୋଧୀ ବିଧାୟକଙ୍କ ସଂଖା ୬୫ ରହିଛି।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଜଣଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଲାଗି ଘୋଷଣା କରିଛନ୍ତି।




