କୋଚି ବନ୍ଦରରେ ଆଶ୍ରୟ ନେଇଛି ଇରାନ ଯୁଦ୍ଧ ଜାହାଜ ଆଇରିସ୍ ଲାଭାନ।

ଭୁବନେଶ୍ୱର ,ଯାନ୍ତ୍ରିକ ତ୍ରୁଟି ପାଇଁ କେରଳର କୋଚି ବନ୍ଦରରେ ଆଶ୍ରୟ ନେଇଛି ଇରାନ ଯୁଦ୍ଧ ଜାହାଜ ଆଇରିସ୍ ଲାଭାନ। ଭାରତରେ ମିଳିତ ଯୁଦ୍ଧ ସମରାଭ୍ୟାସ ପାଇଁ ଆସିଥିବା ଇରାନ ଜାହାଜରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା।
ଜାହାଜରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ କୋଚିରେ ଆଶ୍ରୟ ନେବା ଲାଗି ଇରାନ କର୍ତ୍ତୃପକ୍ଷ ଅନୁମତି ମାଗିଥିଲେ।
ପରେ ମାର୍ଚ୍ଚ ୧ ତାରିଖରୁ ଯୁଦ୍ଧ ଜାହାଜଟି କୋଚି ପୋର୍ଟରେ ଆଶ୍ରୟ ନେବାକୁ ଭାରତୀୟ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ। ଆଇରିସ୍ ଲାଭନ୍ ସଫଳତାର ସହ ମାର୍ଚ୍ଚ ୪ ତାରିଖରେ କୋଚି ବନ୍ଦରରେ ପହଞ୍ଚିଥିଲା ଏବଂ ଡକିଂ କରିଥିଲେ।
ବର୍ତ୍ତମାନ ଜାହାଜର ୧୮୩ ସଦସ୍ୟଙ୍କୁ ଭାରତୀୟ ନୌସେନା ପ୍ରତିଷ୍ଠାନରେ ରଖାଯାଇଛି।
ଶ୍ରୀଲଙ୍କାର ଗାଲେ ଉପକୂଳରୁ ପ୍ରାୟ ୪୦ ନଟିକାଲ୍ ମାଇଲ୍ ଦୂରରେ ଇରାନୀ ନୌସେନାର ଆଇରିସ୍ ଡେନାକୁ ଏକ ଆମେରିକୀୟ ବୁଡ଼ାଜାହାଜ ଆକ୍ରମଣ କରିଥିଲା। ଏହି ଆକ୍ରମଣ ଯୋଗୁଁ ଜାହାଜଟି ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା।
ଶ୍ରୀଲଙ୍କା ଏପର୍ଯ୍ୟନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ସମୟରେ ୮୭ ଜଣଙ୍କ ମୃତଦେହ ଉଦ୍ଧାର କରିଛି।




