ଅନ୍ତର୍ଜାତୀୟରାଜନୀତି

ଅନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଭୁବନେଶ୍ୱର , ସାରା ବିଶ୍ବରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସଏହାକୁ ବଡ ଧୂମଧାମ ସହକାରେ ପାଳନ କରାଯାଉଛି। ବିଶ୍ୱର ବିଭିନ୍ନ ସଂସ୍ଥା ଓ ଜାତିସଂଘ ନିଜ ନିଜର ଲକ୍ଷ୍ୟ ଅନୁଯାୟୀ ଏହି ଦିବସକୁ ପାଳନ କରୁଛନ୍ତି । ମୁଖ୍ୟ ଅଭିଯାନ ଭାବରେ ଥିମ୍ ରହିଛି ‘ଗିଭ୍ ଟୁ ଗେନ୍’ ଅର୍ଥାତ୍ ‘ଉନ୍ନତି ପାଇଁ ସହଯୋଗ କରନ୍ତୁ’ । ମହିଳାମାନଙ୍କୁ କେବଳ ସାହାଯ୍ୟ କରିବା ନୁହେଁ, ବରଂ ସେମାନଙ୍କ ଉପରେ ନିବେଶ କରିବା ଏହାର ଉଦ୍ଦେଶ୍ୟ ରହିଛି । ଯେତେବେଳେ ଜଣେ ମହିଳା ସଫଳ ହୁଅନ୍ତି, ସେ ନିଜ ସହ ପରିବାର ଓ ପୂରା ସମାଜକୁ ଆଗକୁ ନେଇଥାନ୍ତି। ତେଣୁ ମହିଳାଙ୍କୁ ସହଯୋଗ କରିବା ଅର୍ଥ ହେଉଛି ସମାଜର ମୂଳଦୁଆକୁ ମଜବୁତ କରିବା । ଏହି ଅବସରରେ ଆଜି ବିଏମସି ପକ୍ଷରୁ  ” ସମ୍ପୂର୍ଣ୍ଣା ” ମହିଳା ଗଣଦୌଡ ମାଷ୍ଟର କ୍ୟାଣ୍ଟିନ୍ ଠାରେ ଉଦଘାଟିତ ହୋଇଛି। ଅନ୍ୟପଟେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ସମସ୍ତ ମାତୃଶକ୍ତିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଯଦି ଆମେ ମହିଳାଙ୍କୁ ସମୟ, ଶିକ୍ଷା, ପରାମର୍ଶ ଏବଂ ସମ୍ବଳ ଯୋଗାଇ ଦେବା, ତେବେ ଏହା କୌଣସି କ୍ଷତି ନୁହେଁ, ବରଂ ଏଥିରେ ସମାଜର ଲାଭ ହେବ।

Related Articles

Back to top button