ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍

ଭୁବନେଶ୍ୱର ,ଆଜି ଚଳିତ ପୁରୁଷ ଟି୨୦ ବିଶ୍ବକପର, ଫାଇନାଲ ଅନୁଷ୍ଠିତ ହେବ। ଏହି ମହା ମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ। ଫାଇନାଲ ଲାଗି ଦୁଇ ଦଳ ଅଭ୍ୟାସ ସହ ରଣନୀତି ଶେଷ କରିଥିବାବେଳେ ଏହି ମହା ଲଢେଇକୁ, ନେଇ ସାରା ବିଶ୍ବର କ୍ରିକେଟ ପ୍ରେମୀ ଉଲ୍ଲସିତ ଅଛନ୍ତି। କ୍ରିକେଟ ଇତିହାସରେ ଦୁଇ ଦଳ ଆଉ ଏକ ନୂଅ।ଫର୍ଦ୍ଦ ,ଯୋଡ଼ିବାକୁ ଚେଷ୍ଟା କରିବେ। ୨୦୦୭ ଓ ୨୦୨୪ର ଚମ୍ପିଆନ ଭାରତ ଚତୁର୍ଥ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ଗତଥରର ବିଜେତା ଭାରତ କ୍ରମାଗତ ଦ୍ବିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବାରୁ ସର୍ବାଧିକ ତୃତୀୟ ଟ୍ରଫି ଜିତିବ…. ନେଇ ଦୃଢ ଆତ୍ମବିଶ୍ବାସ ରଖିଛି। ଅନ୍ୟପକ୍ଷରେ ଦ୍ବିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବା ନ୍ୟୁଜିଲାଣ୍ଡ ଟ୍ରଫି ସ୍ବପ୍ନ ପୂରଣ କରିବା ଲକ୍ଷ୍ୟରେ ରହିଛି।ଟି୨୦ ବିଶ୍ବକପର ଇତିହାସକୁ ଦେଖିଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଖେଳିଥିବା ୩ଟି ଯାକ ମ୍ୟାଚରେ ପରାଜିତ ହୋଇଛି। କିନ୍ତୁ ୨୦୨୬ର ଟି୨୦ ପ୍ରଦର୍ଶନକୁ ଦେଖିଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଖେଳିଥିବା ୫ଟି ମ୍ୟାଚରୁ ୪ଟି ବିଜୟ ଲାଭ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଲିଗ୍ ପର୍ଯ୍ୟାୟରେ ଆମେରିକା, ପାକିସ୍ତାନ, ନାମିବ୍ୟା ଓ ନେଦରଲାଣ୍ଡ୍ସକୁ ପରାସ୍ତ କରି ଅପରାଜୟ ସହ ସୁପର ଏଇଟ୍ସରେ ପହଞ୍ଚିଥିଲା। ସୁପର ଏଇଟ୍ସର ପ୍ରଥମ ମ୍ୟାଚରେ, ଦକ୍ଷିଣ ଆଫ୍ରିକା ନିକଟରୁ ୭୬ରନରେ ପରାଜିତ ହେବା ପରେ ଦୃଢତାର ସହିତ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଥିଲା। ସେମିଫାଇନାଲରେ ଦଳ ଶକ୍ତିଶାଳୀ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଅଭିଷେକ ଶର୍ମାଙ୍କ ଫର୍ମକୁ ନେଇ ଦଳ ଚିନ୍ତିତ ରହିଛି। ବୋଲିଂ ବିଭାଗକୁ ଦେଖିବାକୁ ଗଲେ ଯଶପ୍ରୀତ ବୁମ୍ରା ହିଁ ଭାରତର ମୁଖ୍ୟ ଅସ୍ତ୍ର।




