ଅନ୍ତର୍ଜାତୀୟରାଜନୀତି

ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଫାରୁକ୍ ଅବଦୁଲ୍ଲା।

ଭୁବନେଶ୍ୱର, ଅଳ୍ପକେ ବର୍ତ୍ତିଯାଇଛନ୍ତି ଫାରୁକ୍ ଅବଦୁଲ୍ଲା। ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବାପା ଫାରୁକ୍ ଅବଦୁଲ୍ଳା ଯୋଗ ଦେଇଥିବା ଏକ ବିବାହ ଉତ୍ସବରେ, ଗୁଳିମାଡ଼ ହୋଇଥିଲା।

ଜଣେ ଓକିଲଙ୍କ ବିବାହରେ ଯୋଗ ଦେଇଥିଲେ ଫାରୁକ ଅବଦୁଲ୍ଲା। କମଲ ସିଂହ ଜାମୱାଲ ନାମକ ବ୍ୟକ୍ତିଙ୍କୁ ସୁରକ୍ଷାକର୍ମୀମାନେ ଗିରଫ କରି, ଅଟକ ରଖିଛନ୍ତି। ଅଭିଯୁକ୍ତ କମଲ ସିଂହ ଜାମୱାଲ ଜାମ୍ମୁର ବାସିନ୍ଦା।

ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଅଭିଯୁକ୍ତ ଫାରୁକ ଅବଦୁଲ୍ଲାଙ୍କ ପାଖକୁ ଯାଇ ଗୁଳି ଚଳାଇଥିବାର ଦେଖିବାକୁ ମିଳୁଛି।

ସେ ଗୁଳି ଚଳାଇବା ମାତ୍ରେ ଘଟଣାସ୍ଥଳରେ ଥିବା ସୁରକ୍ଷା କର୍ମୀମାନେ ତାଙ୍କୁ ନିୟନ୍ତ୍ରଣ କରିଥିଲେ।

ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଫାରୁକ ଅବଦୁଲ୍ଲା।

Related Articles

Back to top button