ଅନ୍ତର୍ଜାତୀୟବାଣିଜ୍ୟ

କମିଲା ସୁନା ଏବଂ ରୂପା ଦର।

ଭୁବନେଶ୍ୱର ,ଯଦି ଆଜି ଆପଣ ସୁନା କିମ୍ବା ରୂପା କିଣିବାକୁ ଯୋଜନା କରିଛନ୍ତି, ତେବେ ଆଜିର ଦର ଉପରେ ଟିକେ ନଜର ପକାନ୍ତୁ ।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିଭୀଷିକା ମଧ୍ୟରେ କମିଲା ସୁନା ଏବଂ ରୂପା ଦର।

କାରଣ ଆଜି ଉଭୟ ଦର କମିଛି। ଆଜି ରାଜଧାନୀ ଭୁବନେଶ୍ଵରରେ ,୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧୦୩୦ ଟଙ୍କା କମି ୧ ଲକ୍ଷ ୫୯ ହଜାର ୬୬୦ ହୋଇଛି।

ଗତକାଲି ଦର ୧ ଲକ୍ଷ ୬୦ ହଜାର ୬୯୦ ଟଙ୍କା ଥିଲା। ଅନ୍ୟପଟେ ରୂପା ଦର ମଧ୍ୟ ଆଜି ହ୍ରାସ ଘଟିଛି।

ଭୁବନେଶ୍ବରରେ, ରୁପା ମୂଲ୍ୟ କିଲୋ ପ୍ରତି ୧୦ ହଜାର ଟଙ୍କା କମି ୨ ଲକ୍ଷ ୮୦ ହଜାର ଟଙ୍କା ହୋଇଛି।

ଗତକାଲି ଦର, ୨ ଲକ୍ଷ ୯୦ ହଜାର ଟଙ୍କା ଥିଲା।  ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୯୫୦ ଟଙ୍କା କମି ୧ ଲକ୍ଷ ୪୬ ହଜାର ୩୫୦ ଟଙ୍କା ହୋଇଛି। ଯାହା ଗତକାଲି ୧ ଲକ୍ଷ ୪୭ ହଜାର ୩୦୦ ଥିଲା।

Related Articles

Back to top button