ଅନ୍ତର୍ଜାତୀୟଜୀବନଶୈଳୀ

ମଧ୍ୟରାତ୍ରୀରୁ ଲାଗୁ ହୋଇଛି ବର୍ଦ୍ଧିତ ଦର।

ଭୁବନେଶ୍ୱର ,ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଭଡ଼ା ବଢାଇଲା, ଇଣ୍ଡିଗୋ। ମଧ୍ୟରାତ୍ରୀରୁ ଲାଗୁ ହୋଇଛି ବର୍ଦ୍ଧିତ ଦର।

ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟରେ ଇନ୍ଧନ ଶୁଳ୍କ ତଥା ଫୁଏଲ୍ ଚାର୍ଜେସ୍ ପ୍ରଚଳନ ହୋଇଛି।

୪୨୫ ଟଙ୍କାରୁ ୨୩୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଚାର୍ଜ ଲଗାଇଛି ଇଣ୍ଡିଗୋ। ରୁଟ୍ ଓ ଦୂରତା ଅନୁସାରେ ଭଡ଼ା ଭିନ୍ନଭିନ୍ନ ହେବ ।

କିଛି ଦିନ ପୂର୍ବରୁ ଏୟାର୍ ଇଣ୍ଡିଆ ମଧ୍ୟ ଟିକେଟ୍ ଉପରେ ଫ୍ୟୁଏଲ୍ ସରଚାର୍ଜ ଲାଗୁ କରିଥିଲା।

ଇଣ୍ଡିଗୋ ଏୟାରଲାଇନସ କହିଛି ଯେ, ହଠାତ୍ ଇନ୍ଧନ ସରଚାର୍ଜରେ ଅହେତୁକ ଦର ବୃଦ୍ଧି ଯୋଗୁ ଇଣ୍ଡିଗୋ ସହ ସମସ୍ତ ଏୟାରଲାଇନ୍ସର ଖର୍ଚ୍ଚ ଏବଂ ନେଟୱାର୍କ ଉପରେ ବଡ଼ ପ୍ରଭାବ ପକାଇଛି।

ତେଣୁ ଭଡ଼ାରେ ବି ବଡ଼ ପରିବର୍ତ୍ତନ ହୋଇଛି।

Related Articles

Back to top button