
ଭୁବନେଶ୍ୱର,କମର୍ସିଆଲ୍ ଗ୍ୟାସ୍ କୁ ନେଇ ଥିବା ସଙ୍କଟ ଭିତରେ, ଅଶ୍ବସ୍ତିକର ଖବର ଆସିଛି।ଦେଶର ବିଭିନ୍ନ ରାଜ୍ୟରେ କଳାବଜାରୀ ଖବର ଆସୁଛି, ଏଥିପାଇଁ ରେଡ୍ ଓ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଓଡ଼ିଶା, ଆନ୍ଧ୍ର ସମେତ ଅନେକ ରାଜ୍ୟରେ ଆକ୍ସନ୍ ବି ନେଉଛନ୍ତି ରାଜ୍ୟ ସରକାର।ପେଟ୍ରୋଲ୍ ଡିଜେଲ୍ ବି ମହଜୁଦ। ତେଣୁ ଭୟଭୀତ ନହେଇ କେବଳ ଆବଶ୍ୟକ ଥିଲେ ହିଁ, ବୁକ୍ କରିବାକୁ କହିଛନ୍ତି ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା। ଭୟଭୀତ ହେଇ ଲୋକେ ବୁକିଂ ଅଧିକରୁ ଅଧିକ କରୁଛନ୍ତି। ଗତକାଲି ଯେଉଁ ସଂଖ୍ୟା ୭୫ ଲକ୍ଷ ଥିଲା ତାହା ଆଜି ୮୮ ଲକ୍ଷରେ ପହଞ୍ଚିଛି। ଦେଶରେ ଆବଶ୍ୟକ ପରିମାଣର LPG ରହିଛି।ଭୟ ଯୋଗୁ ବଢ଼ୁଛି ବୁକିଂ। ଦେଶରେ LPG ସିଲିଣ୍ଡର ସଙ୍କଟ ଭିତରେ, ଆଜି କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସରକାର।




