ଅନ୍ୟାନ୍ୟ

ମାର୍କେଟ୍‌ ବିଲଡିଂରେ ନିଆଁ

ଭୁବନେଶ୍ୱର ; ୯ା୯  ୟୁନିଟ ୨ ମାର୍କେଟ ବିଲ୍ଡିଂ ସ୍ଥିତ ଉସା ଇଲେକ୍ଟ୍ରିକାଲ ଷ୍ଟୋରରେ ଅଗ୍ନିକାଣ୍ଡ । ଗୁରୁବାର ରାତି ୧୦ଟା ବେଳେ ଏହି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡଇ ପାଉଁସ ହୋଇଯାଇଛି ।  ୩ଘଣ୍ଟା ର ପରିଶ୍ରମ ପରେ ୪ଟି ଦମକଳ ଗାଡି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।  ପ୍ରତିଦିନ ପରି ରାତି ୯ଟା ବେଳକୁ ଉସା ଶୋରୁମ ଅଧିକାରୀ ଓ କର୍ମଚାରୀ ତାଲା ବନ୍ଦ କରି ବାହାରକୁ ବାହାରିଥିଲେ । ହେଲେ ରାତି ୧ହଟା ବେଳକୁ ଶୋରୁମ ଭିତରୁ ଧୂଆଁ ବାହାରିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ କଳ୍ପନା ଅଗ୍ନିଶମ ବାହିନୀ ସେଠାରେ ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଳେ । ହେଲେ ନିଆଁ ଆୟତ ନହେବାରୁ ୩ଟି ଅଗ୍ନିଶମ ବାହିନୀ ଗାଡି ପହଁଚି ନିଆଁକୁ ଆୟକ କରିବାକୁ ଚେଷ୍ଟା ଚଳାଇଥିଲେ । ଘଟଣା ସ୍ଥଳରେ ଭୁବନେଶ୍ୱର ମେୟର ଓ ଡିସିପି ପ୍ରତୀକ ସିଂଙ୍କ ସମେତ ଅଗ୍ନିଶମ ବିଭାଗର ଅଧିକାରୀ ପହଁଚିଥିଲେ । ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ କରାଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମାଗ୍ରୀ ଜଳି ପୋଡି ପାଉଁସ ହୋଇଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com