ଓଡ଼ିଶାରାଜନୀତି

ଭୋଟ୍ ଦେଲେ ସନାତନ ମହାକୁଡ଼

ବିଜେଡି ଉପରେ କ୍ଷୋଭ ପ୍ରକାଶ କରି କହିଲେ ...

ଭୁବନେଶ୍ୱର, ୧୬ ମାର୍ଚ୍ଚ ୨୦୨୬: ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ଆଜି ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଜାରି ରହିଥିବା ବେଳେ ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ଙ୍କ ଭୋଟ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ନିଜର ମତାଧିକାର ସାବ୍ୟସ୍ତ କରିବା ପରେ ସନାତନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ରାଜ୍ୟର ସ୍ୱାର୍ଥ ପାଇଁ କାମ କରୁଥିବା ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ତାଙ୍କର ଏହି ବୟାନ ପରେ ସେ କେଉଁ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି, ତାହାକୁ ନେଇ ଏବେ ରାଜନୈତିକ ମହଲରେ କଳ୍ପନାଜଳ୍ପନା ପ୍ରକାଶ ଜାରି ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଭୋଟ ଦେଇଛି ନାଁ କହିବିନି”।

\ସନାତନ ବିଜେଡି ଉପରେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଜଣେ ନିଲମ୍ବିତ ସଦସ୍ୟଙ୍କୁ ହୁଇପ୍  ଜାରି କରିବାର କୌଣସି ନିୟମ ନାହିଁ। ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିବା ସହ ବିଧାନସଭାରେ ତାଙ୍କର ଆସନ ମଧ୍ୟ ବଦଳାଇ ଦେଇଛି। ଏପରିକି ନିର୍ବାଚନ ପୂର୍ବରୁ ବିଜେଡିର କୌଣସି ନେତା ତାଙ୍କ ସହ ଯୋଗାଯୋଗ କରିନାହାନ୍ତି କିମ୍ବା କାହାକୁ ଭୋଟ୍ ଦେବାକୁ ହେବ, ସେ ନେଇ କୌଣସି ସୂଚନା ଦେଇନାହାନ୍ତି। ଏଭଳି ସ୍ଥିତିରେ ସେ ନିଜ ବିବେକ ଅନୁଯାୟୀ ଭୋଟ୍ ପ୍ରଦାନ କରିଥିବା ସ୍ପଷ୍ଟ କରିଛନ୍ତି।

 

Related Articles

Back to top button