ଓଡ଼ିଶାରାଜନୀତି

ସୋଫିଆଙ୍କ ନିଲମ୍ବନ ପରେ ମୁହଁ ଖୋଲିଲେ ମୋକିମ

ଭୁବନେଶ୍ୱର, ୧୭ ମାର୍ଚ୍ଚ ୨୦୨୬: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ଅଭିଯୋଗରେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଥିବା ବେଳେ ଏହାକୁ ନେଇ ତାଙ୍କ ପିତା ତଥା ବରିଷ୍ଠ ନେତା ମହମ୍ମଦ ମୋକିମ ପ୍ରତିକ୍ରିୟା ରଖିଛନ୍ତି। ମୋକିମ କହିଛନ୍ତି ଯେ, କଂଗ୍ରେସ ଦଳ ଦୀର୍ଘ ଦିନରୁ ସୋଫିଆଙ୍କୁ ଅଣଦେଖା କରିଆସୁଥିଲା। ବିଶେଷ କରି ତାଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ସୋଫିଆଙ୍କୁ ମଧ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ କରାଯାଉନଥିଲା। କଟକରେ ଦଳରେ କାହାକୁ ମିଶାଯାଉଛି କିମ୍ବା ମହିଳା କାର୍ଯ୍ୟକ୍ରମ କିଭଳି ଚାଲିଛି, ସେ ସମ୍ପର୍କରେ ମଧ୍ୟ ବିଧାୟିକାଙ୍କୁ କିଛି ଜଣାଯାଉନଥିଲା। ଦଳର ଏଭଳି ବ୍ୟବହାର କାରଣରୁ ହିଁ ସୋଫିଆ ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ମହମ୍ମଦ ମୋକିମ ନିଲମ୍ବିତ ହୋଇଥିବା ଅନ୍ୟ ଦୁଇ ବିଧାୟକ ରମେଶ ଜେନା ଏବଂ ଦାଶରଥି ଗମାଙ୍ଗଙ୍କୁ ଏକ ବଡ଼ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ, ସମସ୍ତ ନିଲମ୍ବିତ ବିଧାୟକ ଏବେ ଗୋଟିଏ ପ୍ଲାଟଫର୍ମକୁ ଆସିବା ଉଚିତ। ଯଦି କଂଗ୍ରେସ ଦଳ ସୋଫିଆଙ୍କୁ ସ୍ଥାୟୀ ଭାବେ ବହିଷ୍କାର କରେ, ତେବେ ସେ ଆଗାମୀ ଦିନରେ ‘ଓଡ଼ିଶା-ଜନତା-କଂଗ୍ରେସ’ ପାଇଁ କାମ କରିବେ ବୋଲି ମୋକିମ ସ୍ପଷ୍ଟ କରିଛନ୍ତି। ଏହି ବୟାନ ପରେ କଟକ ରାଜନୀତି ସହ ରାଜ୍ୟ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ପିସିସି ସଭାପତି ଭକ୍ତ ଚରଣ ଦାସ ଏହି କ୍ରସ ଭୋଟିଂକୁ ନେଇ ଅତ୍ୟନ୍ତ କ୍ଷୁବ୍ଧ ଅଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସୋଫିଆ, ରମେଶ ଏବଂ ଦାଶରଥି କଥା ଦେଇ ମଧ୍ୟ ଦଳ ପ୍ରତି ବିଶ୍ୱାସଘାତକତା କରିଛନ୍ତି।
କାଡ଼ାମ କହିଛନ୍ତି ଯେ, ସେମାନଙ୍କ ବିରୋଧରେ ଦଳ-ବଦଳ ବିରୋଧୀ ଆଇନ ଲଗାଯିବ ଏବଂ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖାଯାଇଛି। ମାତ୍ର ମୋକିମଙ୍କ ଏହି ନୂତନ ପ୍ଲାଟଫର୍ମ କଥା କଂଗ୍ରେସ ପାଇଁ ଆଗାମୀ ଦିନରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

Related Articles

Back to top button