ଓଡ଼ିଶା
ରାଜଧାନୀରେ ସାମ୍ବାଦିକଙ୍କୁ ଖଣ୍ଡା ଦେଖାଇ ଲୁଟ୍

ଭୁବନେଶ୍ବର() ରାଜଧାନୀରେ ସାମ୍ବାଦିକଙ୍କୁ ଖଣ୍ଡା ଦେଖାଇ ଲୁଟିଲେ ଦୁର୍ବୃତ୍ତ। ନୟାପଲ୍ଲୀ ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ମାରଣାସ୍ତ୍ର ଦେଖାଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ପ୍ରତିନିଧି ସୌମ୍ୟରଂଜନ ସେଠୀ ରାତି ୧୧ଟାରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥ କଡ଼ରେ ଲୁଟେରା ମାନେ ସାମ୍ବାଦିକଙ୍କୁ ଅଟକାଇଥିଲେ। ବେକରେ ମାରଣାସ୍ତ୍ର ଦେଖାଇ ୨ଟି ମୋବାଇଲ ନେବା ସହ ସୁନା ମୁଦି ଖୋଲିବା ପାଇଁ କହିଥିଲେ। ହାତରୁ ମୁଦି ନଖୋଲିବାରୁ ହାତ କାଟି ସୁନା ମୁଦି ଲୁଟି ନେଇଛନ୍ତି ଲୁଟେରା । ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହେବା ପରେ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏନେଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସାମ୍ବାଦିକ ସୌମ୍ୟରଂଜନ ସେଠୀ। ଏନେଇ ଅଧିକ ତଦନ୍ତ ଜାରି ରଖିଛି ନୟାପଲ୍ଲୀ ଥାନା ପୋଲିସ।