ସ୍ୱାସ୍ଥ୍ୟ

ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ() ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା। ଦିନକୁ ଦିନ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଏବେ ଚାରିଆଡେ ନିଜ କାୟା ମେଳାଇଛି। ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଚମକାଇଲା ଭଳି ଖବର। ଦେଶରେ ରାଜଧାନୀରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି। ଏନେଇ କ୍ଲିନିକାଲ ପ୍ରମାଣ ମିଳିଥିବା ସୂଚନା ରହିଛି।

ରାଜଧାନୀ ଦିଲ୍ଲୀରେ ତାଣ୍ଡବ ରଚିଛି ଓମିକ୍ରନ୍‌। ହୁ ହୁ ହୋଇ ବଢ଼ି ଚାଲିଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ଏବେ ଓମିକ୍ରନ୍‌ରର ଏଠାରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଏନେଇ ଦିଲ୍ଲୀ ILBSର କ୍ଲିନିକାଲ ଭାଇରୋଲୋଜି ବିଭାଗ ସୂଚନା ଦେଇଛି। ସେପଟେ ଦିଲ୍ଲୀରେ କରୋନା ମାମଲା ପିକ୍‌ରେ ପହଞ୍ଚିଛି। ପିକ୍‌ରେ ପହଞ୍ଚିବା ପରେ ଏବେ ସଂକ୍ରମଣ ହାର କମିବା ଆରମ୍ଭ ହୋଇଛି ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଦିଲ୍ଲୀରେ ଗତକାଲିର କରୋନା ଆକ୍ରାନ୍ତଙ୍କ ତୁଳନାରେ ଆଜି ସାଢ଼େ ୪ ହଜାର କମ୍‌ ଅଛି। ଏଠାରେ କରୋନା ମାମଲା ପିକ୍‌ରେ ରହିଛି, କିନ୍ତୁ ଗତକାଲି ଠାରୁ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଆଜି ପଜିଟିଭିଟି ରେଟ୍‌ ପ୍ରାୟ ୩୦% ରହିବ। ରବିବାର ଦିଲ୍ଲୀରେ ୨୧,୦୦୦ କରୋନା ମାମଲା ଆସିପାରେ।

Related Articles

Back to top button