ଓଡ଼ିଶା

ବିମାନବନ୍ଦର ପାଇଁ ବିଏମ୍‌ସିର ନୂଆ ଗାଇଡ଼ଲାଇନ୍ ଜାରି

ଭୁବନେଶ୍ବର() ପୁଣି ଥରେ ବଦଳିଲା ବିମାନବନ୍ଦର ଗାଇଡ଼ଲାଇନ୍। ବିଏମ୍‌ସି ପକ୍ଷରୁ ଏୟାରପୋର୍ଟ ପାଇଁ ନୂଆ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ଏଣିକି ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ୭୨ ଘଣ୍ଟାର ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଆବଶ୍ୟକସ୍ଥଳେ ଆଣ୍ଟିଜେନ୍ ଟେଷ୍ଟିଂ ମଧ୍ୟ କରାଯିବାକୁ ନିର୍ଦ୍ଧେଶ ଦିଆଯାଇଛି। ସେହିପରି ଲକ୍ଷଣ ଥିବା ରୋଗୀଙ୍କୁ ୭ ଦିନ ହୋମ୍‌ କ୍ୱାରେଣ୍ଟାଇନ୍‌କୁ ବାଧ୍ୟତାମୂଳକ କରାଯାଇଛି । ଏହା ସହ ବିଏମ୍‌ସି ପକ୍ଷରୁ ଏୟାରପୋର୍ଟରେ କୋଭିଡ ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି । ସେହିପରି ଏୟାରପୋର୍ଟର ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାଯାଇ ଲୋକଙ୍କୁ ସଚେତନ କରାଯାଉଛି ।

Related Articles

Back to top button