ଓଡ଼ିଶା

ଓଡ଼ିଶାରେ ୨ ଶହ ପାର୍‌ କଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର () ରାଜ୍ୟରେ କାୟା ମେଲାଇ ଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଆଜି ରାଜ୍ୟରୁ ଆଉ ୩୨ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୨୦୨ କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇଛି ଆଇଏଲଏସ୍‍ । ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା ଓମିକ୍ରନ ବର୍ତ୍ତମାନ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ହୋଇଛି।

ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଭୟଙ୍କର ହେବାରେ ଲାଗିଲାଣି ଓମିକ୍ରନ୍ । ପ୍ରତିଦିନ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଡିସେମ୍ବର ୨୧ରେ ରାଜ୍ୟରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରଠୁ ରାଜ୍ୟରେ ଏହି ସଂଖ୍ୟା ବଢିବାରେ ଲାଗିଛି। ଆଜି ରାଜ୍ୟରୁ ଚିହ୍ନଟ ୩୨ ଓମିକ୍ରନ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ୍‌ ଓମିକ୍ରନ ସଂକ୍ରମିତ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି।

Related Articles

Back to top button