ହଠାତ୍ ରାଡାରରୁ ଗାଏବ ହୋଇଗଲା ଫାଇଟର ଜେଟ, ମିଳୁନି ପତ୍ତା
ଟୋକିଓ: ଏୟାର ବେସ୍ରୁ ଟେକ -ଅଫ୍ କରିବା ପରେ ପରେ ରାଡାରରୁ ଗାଏବ ହୋଇଗଲା ଫାଇଟର ଜେଟ୍। ଗତକାଲି ଜାପାନରୁ ଗାଏବ ହୋଇ ଯାଇଥିବା ଏକ ଫାଇଟର ଜେଟ୍ର ଏ ଯାଏ ପତ୍ତା ମିଳିନି ।
ଜାପାନ ଏୟାର ସେଲ୍ଫ ଡିଫେନ୍ସ ଫୋର୍ସର ଜଣେ ପ୍ରବକ୍ତାଙ୍କ କହିବାନୁଯାୟୀ, ଟେକ୍ ଅଫ୍ କରିବା ପରେ କୋମାସ୍ତୁ କଣ୍ଟ୍ରୋଲ ଟାୱାର ଡାଟାରୁ ଏକ ଏଫ୍-୧୫ ଜେଟ୍ ଗାଏବ ହୋଇଗଲା। ବିମାନଟି କୋମାସ୍ତୁ ଏୟାରବେସ୍ରୁ ପ୍ରାୟ ୫ କିମି ଦୂର ଜାପାନ ସାଗର ପାଖାପାଖି ହୋଇଥିବା ବେଳେ ଗାଏବ ହୋଇଗଲା। ବିମାନର କିଛି ପତ୍ତା ମିଳୁ ନ ଥିବା ବେଳେ ତାହା ଦୁର୍ଘଟଣା ହୋଇଥିବା ଆଶଙ୍କା ପ୍ରକଟ ପାଉଛି।
ଏହି ବିମାନଟି ଏପରି ଡିଜାଇନ ହୋଇଥିଲା ଯେଉଁଥିରେ ୨ ଚାଳକ ଦଳ ସାମିଲ ହୋଇପାରିବେ। ହେଲେ ଗାଏବ ହେବା ସମୟରେ ଉକ୍ତ ଜେଟ୍ରେ କେତେ ଯାତ୍ରୀ ଥିଲେ ସେନେଇ କିଛି ସୂଚନା ମିଳିନି।
ଏହା ପୂର୍ବରୁ ୨୦୧୯ରେ ମଧ୍ୟ ଏପରି ଏକ ଘଟଣା ଜାପାନରେ ଘଟିଥିଲା। ଯେଉଁଥିରେ ଏଫ-୩୫ଏ ନାମକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଗଳି ପଡ଼ିଥିଲା। ଏପରିକି ଏହି ଦୁର୍ଘଟଣାର ଶିକାର ହୋଇଥିବା ବିମାନ କର୍ମଚାରୀ ସମେତ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିବାକୁ ରେସକ୍ୟୁ ଟିମ୍କୁ ନାକେଦମ ହେବାକୁ ପଡ଼ିଥିଲା।