ଓଡ଼ିଶା
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ପ୍ରମୋଦ କୁମାର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର() ଆଉ ନାହାନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ପ୍ରମୋଦ କୁମାର ମହାନ୍ତି । ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ତାଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, ବହୁ ସାହିତ୍ୟିକ, ପ୍ରଶାସକ, ବନ୍ଧୁ ପରିଜନ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଗତ ୨୦୦୮ରେ ‘ଅସରନ୍ତି ଅଣସର’ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ପରବର୍ତ୍ତୀ ସମୟରେ ମେରୀ ମହାନ୍ତି ଏହାକୁ ‘ଏଣ୍ଡଲେସ୍ ଆଡର୍ଣ୍ଣମେଣ୍ଟ’ ନାମରେ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ ।