ପ୍ରଧାନଶିକ୍ଷକ ଚାକିରୀରୁ ବହିଷ୍କାର : ସରପଞ୍ଚ ପ୍ରାର୍ଥୀନୀଙ୍କ ପୋଷ୍ଟରରେ ଶିକ୍ଷକ ସ୍ୱାମୀଙ୍କ ଫଟୋ

କଳାହାଣ୍ଡି : ଆସନ୍ତା ପଞ୍ଚାୟତ ନିର୍ବାଚନରେ ଆଚାରଣବିଧି ଲାଗୁ ହୋଇସାରିଛି । ନିୟମ ଅନୁଯାୟୀ ସରକାରି କର୍ମଚାରୀ କୌଣସି ରାଜନୈତିକ ପ୍ରଚାର ପ୍ରସାର କରିପାରିବେ ନାହିଁ । କଳାହାଣ୍ଡି ଜିଲ୍ଲାରେ ସରପଞ୍ଚ ପ୍ରାର୍ଥୀନୀଙ୍କ ପୋଷ୍ଟରରେ ଶିକ୍ଷକ ସ୍ୱାମୀଙ୍କ ଫଟୋ ଥିବା ଭିଡିଓ ଭାଇରାଲ ପରେ କାର୍ୟ୍ୟାନୁଷ୍ଠା । ଶିକ୍ଷକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ଉପରିସ୍ଥ ଶିକ୍ଷା ଅଧିକାରୀ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବୁଢ଼ୀଦର ପଞ୍ଚାୟତର ଘଟଣା ।
ଖବର ଅନୁଯାୟୀ, ବୁଢିଦର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ ଯଜ୍ଞସିନି ପଣ୍ଡା ନିଶୁଣୀ ଚିହ୍ନଟରେ ନିର୍ବାଚନ ଲଢୁଛନ୍ତି । ହେଲେ ଲଗାଇଥିବା ପୋଷ୍ଟର ଓ ବ୍ୟାନରରେ ଶଙ୍କରପଳା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସରପଞ୍ଚ ପ୍ରାର୍ଥୀନୀଙ୍କ ସ୍ୱାମୀ ସଞ୍ଜୟ ପଣ୍ଡାଙ୍କ ଫଟୋ ରହିଛି କ୍ଷ ଏହି ଫଟୋ ଭାଇରାଲ ହେବା ପରେ ଜୁନାଗଡ ବ୍ଲକ ଶିକ୍ଷା ଅଧିକାରୀ ଅରିଫା ସୁଲତାନ ଶଙ୍କରପଳା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କାର୍ୟ୍ୟରୁ ନିଲମ୍ବନ କରିଛନ୍ତି କ୍ଷ