ଓଡ଼ିଶା

ଦୁଇଦିନିଆ ଚିଙ୍ଗୁଡ଼ି ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନୀଳଗିରି() ଚିଙ୍ଗୁଡ଼ି ମାଛ ଦେଶ ତଥା ଦେଶ ବାହାରେ ଚାହିଦା ରହିଛି। ହୋଟେଲ ଠାରୁ ବିବାହ ଭୋଜିରେ ଏହାର ଚାହିଦା ଅଧିକ।ଏହି ମାଛକୁ ବାଲେଶ୍ଵର ଉପକୂଳବର୍ତ୍ତି ଅଞ୍ଚଳରରେ ବହୁ ଚାଷୀ ଏକର ଏକର ଜମିରେ ଚାଷ କରୁଥିବା ଦେଖାଯାଇଛି।ବହୁ ଚାଷିମାନେ ସମୁଦ୍ର ଉପକୂଳରେ ଏହି ଚାଷ କରି ଲାଭବାନ ହୋଇଥାନ୍ତି।ଏପରିକି ଅର୍ଥନୀତିର ସୁଧାର ପାଇଁ ଏହି ଚାଷକୁ ଆପଣାଉଥିବା ଦେଖାଯାଇଛି। ହେଲେ ଏବେ ଆମଦାନୀ ବହୁ କମ ରହୁଥିବା ବେଳେ ଚାଷୀମାନେ ମୁହଁ ଫେରାଉଛନ୍ତି।

ବନ୍ୟାପାଣି ପସିବା ସହ ବିଦ୍ୟୁତ ସମସ୍ୟା ପାଇଁ ବହୁ ଚାଷୀ କ୍ଷତିରେ ପଡୁଛନ୍ତି।ଏପରିକି ଅଭିଜ୍ଞତା ନଥିବା ଚାଷୀମାନେ ସଠିକ ଔଷଧ ନଦେବା ଓ ଅନ୍ୟ ସମସ୍ୟା ପାଇଁ ଚିଙ୍ଗୁଡ଼ି ମରି ଯାଉଥିବାରୁ କ୍ଷତିରେ ପଡୁଛନ୍ତି।ଚିଙ୍ଗୁଡ଼ି ପାଇଁ ଇନସୁରାନସ ନଥିବାରୁ ଏଥିପାଇଁ ମୁହଁ ଫେରାଇ ନେଇଛନ୍ତି ଚାଷୀ।ସୀମାନ୍ତ ରାଜ୍ୟ ୮ ଲକ୍ଷ ଟନ ଚିଙ୍ଗୁଡ଼ି ଆମଦାନି କରୁଥିବା ବେଳେ ଓଡିଶା ମାତ୍ର ୮୦ ହଜାର ଟନ ଆମଦାନି ହେଉଛି। ଏପରି ସ୍ଥଳେ ପ୍ରୋତ୍ସାହନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ତରଫରୁ ସ୍ମାର୍ଟ ଆକୁଆ ଏକ୍ସପୋ ଇଣ୍ଡିଆ ନାମକ ଦୁଇ ଦିନିଆ ମେଳା କରି ଚାଷୀଙ୍କୁ ଟ୍ରେନିଂ ଦିଆଯାଇଛି।ଏଥିରେ ବିଭାଗୀୟ ସଚିବ ଓ ଜିଲ୍ଲାପାଳ ରହି ଚାଷୀଙ୍କୁ ଚିଙ୍ଗୁଡ଼ି ଚାଷ ସମ୍ବନ୍ଧିୟ ସୂଚନା ପ୍ରଦାନ କରିଛନ୍ତି।ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ କମ୍ପାନୀ ଚାଷୀଙ୍କୁ ସଚେତନ କରୁଥିବା ଦେଖାଯାଇଛି।ତେବେ ଚାଷୀ ଏଥିପାଇଁ ଖୁସି ଅଛନ୍ତି । କିନ୍ତୁ ସରକାର ଇନ୍ସୁରାନ୍ସ ଯୋଗାଇବା ସହ ବିଦ୍ୟୁତ ସମସ୍ୟା ଦୂର କରିଲେ ସେମାନଙ୍କର ସେମାନଙ୍କର ସମସ୍ୟାର ସମାଧାନ ହୁଅନ୍ତା ବୋଲି ଚାଷିମାନେ କହିଛନ୍ତି

Related Articles

Back to top button
WP Twitter Auto Publish Powered By : XYZScripts.com