ଜାତୀୟ
‘ଚୀନ-ପାକିସ୍ତାନ ନିବିଡ଼ତା’ ବୟାନ ଦେଇ ଏକଘରିଆ ହେଲେ ରାହୁଲ
![](https://i0.wp.com/odia.mobilenews24x7.com/wp-content/uploads/2022/02/Rahul-Gandhi.jpg?resize=650%2C400&ssl=1)
ନୂଆଦିଲ୍ଲୀ() ମୋଦି ସରକାରର ଭୁଲ ନୀତି ପାଇଁ ପଡ଼ୋଶୀ ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ନିବିଡ଼ତା ବଢ଼ିଛି। ସଂସଦରେ ରାହୁଲ ଗାନ୍ଧି କେନ୍ଦ୍ର ସରକାରକୁ ଘେରିବାକୁ ଯାଇ ଏଭଳି ବିବୃତ୍ତି ରଖିଥିଲେ। କିନ୍ତୁ ଏବେ ଏପରି ବୟାନ ଦେଇ ଏକଘରିଆ ହୋଇଯାଇଛନ୍ତି ଗାନ୍ଧି ପରିବାରର ଏହି ପ୍ରମୁଖ ନେତା। ଆମେରିକା ଏପରି ମନ୍ତବ୍ୟକୁ ଖାରଜ କରିଛି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏପରି ବୟାନକୁ ଖାରଜ କରିଛନ୍ତି।
ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ରାହୁଲ ଗାନ୍ଧି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁଲ୍ ନୀତି ଯୋଗୁଁ ଚୀନ୍ ଏବଂ ପାକିସ୍ତାନ ପୂର୍ବ ଅପେକ୍ଷା ଅଧିକ ନିକଟତର ହୋଇଛନ୍ତି, ଏଭଳି ବିବୃତ୍ତିକୁ ମୁଁ ସମର୍ଥନ କରିବି ନାହିଁ। ସେ କହିଛନ୍ତି ଯେ, ‘ପାକିସ୍ତାନ ଏବଂ ଚୀନ କାହିଁକି ନିବିଡ଼ ହେଲେ ସେ ବାବଦରେ ସେହି ଦୁଇ ଦେଶ ହିଁ କହିପାରିବେ।’