ସାଉଥ୍ ସୁପରଷ୍ଟାର ଧନୁଷଙ୍କ ହାତରେ ବିଗ୍ ପ୍ରୋଜେକ୍ଟ

ମୁମ୍ବାଇ() ସାଉଥ୍ ସୁପରଷ୍ଟାର ଧନୁଷ ଜଣେ ମହାନ କଳାକାର । କେବଳ ସାଉଥ୍ ଇଣ୍ଡଷ୍ଟ୍ରୀରେ ନୁହେଁ ବରଂ ହିନ୍ଦୀ ବେଲ୍ଟ ଦର୍ଶକ ମଧ୍ୟ ଧନୁଷଙ୍କୁ ଖୁବ ପସନ୍ଦ କରିଥାନ୍ତି । ନିଜର ଦମଦାର ଅଭିନୟ ପ୍ରଦର୍ଶନ କାରଣରୁ ପ୍ରଥମ ହିନ୍ଦୀ ଫିଲ୍ମରୁ ହିଁ ଲୋକଙ୍କ ପ୍ରିୟ ସାଉଥ୍ ହିରୋ ପାଲଟିଥିଲେ । ଏହାପରେ ପୁଣି ନିକଟରେ ରିଲିଜ୍ ବ୍ଲକବଷ୍ଟର ହିଟ୍ ଅତରଙ୍ଗୀ ରେ ପରେ କେବଳ ଧନୁଷଙ୍କ ନାଁ ହିଁ ଚର୍ଚ୍ଚା ।
ବଲିଉଡ୍ ନିର୍ମାତା ଏବଂ ନିର୍ଦ୍ଦେଶକ ତାଙ୍କୁ ନିଜ ନିଜ ଫିଲ୍ମରେ ସାଇନ କରିବାକୁ ଚାହିଁବସିଛନ୍ତି । ସେହିପରି ଦର୍ଶକମାନେ ମଧ୍ୟ ତାଙ୍କର ଆଗାମୀ ହିନ୍ଦୀ ଫିଲ୍ମକୁ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ଆଉ ଏବେ ଖବର ଆସିଛି ଯେ ଅଭିନେତା ଧନୁଷ ଆଉ ଦୁଇଟି ବିଗ୍ ବଜେଟ୍ ବଲିଉଡ୍ ଫିଲ୍ମ ସାଇନ କରିଛନ୍ତି । ଧନୁଷ ଏବଂ ଆନନ୍ଦ ଏଲ ରାୟଙ୍କ ଯୋଡ଼ି ପୁରା ସୁପରହିଟ୍ । ଦୁଇଟି ବଡ଼ ସଫଳତା ପରେ ପାଓ୍ୱରହାଉସ୍ ଅଭିନେତା-ନିର୍ଦ୍ଦେଶକ ପୁଣି ଥରେ ଏକତ୍ର କାମ କରିବେ । ହେଲେ ଏଥର ଧନୁଷ ଆକ୍ସନ ଆଧାରିତ ପ୍ରେମ କାହାଣୀ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମର ନିର୍ମାଣ ଆନନ୍ଦ ଏଲ ରାୟ ନିଜ ବ୍ୟାନର ୟେଲୋ ପ୍ରଡକ୍ସନ ଦ୍ୱାରା କରିବେ । ଏହାପୂର୍ବରୁ ଧନୁଷ ରାଂଝଣା, ଅତରଙ୍ଗୀ ରେ ଲଭର ବୟର ଚରିତ୍ର କରିଥିଲେ, ହେଲେ ଏହି ପ୍ରୋଜେକଫରେ ତାଙ୍କର କର୍ମସିଆଲ ଅବତାର ନଜର ଆସିବ । ଏପର୍ଯ୍ୟନ୍ତ ଫିଲ୍ମର ନିର୍ଦ୍ଦେଶକଙ୍କ ନାମ ଖୁଲାସା ହୋଇନାହିଁ ।
କେବଳ ସେତିକି ନୁହେଁ ସୂତ୍ରରୁ ଜଣାପଡ଼ିଛି ଯେ ଧନୁଷ ଆଉ ଏକ ବଡ଼ ପ୍ରଡକ୍ସନ ହାଉସ ସହ ଏକ ଦମଦାର ବଲିଉଡ୍ ଫିଲ୍ମ ସାଇନ କରିଛନ୍ତି । ତେବେ ଏହା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଧିକ ସୂଚନା ସାମ୍ନାକୁ ଆସିନାହିଁ ।