ଓଡ଼ିଶା

ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବି, ଗ୍ରାମବାସୀଙ୍କ ଦ୍ବାରା ଜାତୀୟ ରାଜପଥ ଅବରୋଧ

ନୂଆପଡା() ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ଜାତୀୟ ରାଜପଥ ୩୫୩ ଧରମସାଗର ଛକଠାରେ ଗ୍ରାମବାସୀଙ୍କ ରାସ୍ତାରୋକ । ମଙ୍ଗଳବାର ରାତିରେ ପିକଅପ୍ ଧକ୍କାରେ ବାଇକ୍ ଆରୋହୀଙ୍କ ହୋଇଥିଲା ମୃତ । ଘଟଣାସ୍ଥଳରେ କୋମନା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିବା ବେଳେ କ୍ଷତିପୂରଣ ନଦେବା ପର୍ଯ୍ୟନ୍ତ ହଟିବୁ ନାହିଁ ବୋଲି ଜିଦ୍ ଧରିଛନ୍ତି । ମୃତକ ସ୍ଥାନୀୟ ଧରମସାଗର ଗ୍ରାମର କୂଳମଣୀ ରାଉତ ।

ମଙ୍ଗଳବାର ରାତିରେ ପେଣ୍ଡରାବନ୍ଧ ଗ୍ରାମରୁ ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ରାତିରେ ଏକ ପିକଅପ୍ ଭ୍ୟାନ୍ ପଛପଟୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ବର୍ତ୍ତମାନ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା, ରେଡକ୍ରସରୁ ୨୦ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ସହାୟତା ଦେବା ପାଇଁ ପରିବାର ସମେତ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com