ସଂସଦ ଟିଭିର ୟୁଟ୍ୟୁବ ଚ୍ୟାନେଲ ବନ୍ଦ, ହ୍ୟାକର୍ସ ଆକାଉଣ୍ଟ ନାଁ ବଦଳାଇ କରିଥିଲେ Ethereum
ନୂଆଦିଲ୍ଲୀ() ସଂସଦ ଟିଭିର ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଲା ୟୁଟ୍ୟୁବ । କଥିତ ରୁପେ କମ୍ୟୁନିଟି ଗାଇଡଲାଇନର ଉଲ୍ଲଂଘନ ଅଭିଯୋଗରେ ସସପେଣ୍ଡ କରାଯାଇଛି। ସଂସଦ ଟିଭିର ୟୁଟ୍ୟୁବ ଚ୍ୟାନେଲରେ ଲୋକସଭା ଏବଂ ରାଜ୍ୟସଭା ଅଧିବେଶନର ସିଧାପ୍ରସାରଣ ସହ ଅନ୍ୟ କାର୍ଯ୍ୟକ୍ରମର ପ୍ରସାରଣ ହୋଇଥାଏ। ଏହା ଉପରେ ସଂସଦ ଟିଭି ପକ୍ଷରୁ ଏକ ବୟାନ ମଧ୍ୟ ଜାରି କରାଯାଇଛି । ଏଥିରେ ହ୍ୟାକିଂ ଯୋଗୁଁ ଆକାଉଣ୍ଟ ସସପେଣ୍ଡ ହୋଇଥିବା କୁହାଯାଇଛି।
ସଂସଦ ଟିଭି ପକ୍ଷରୁ ଜାରି ବିବୃତ୍ତି ଅନୁସାରେ, ସଂସଦ ଟିଭିର ଆକାଉଣ୍ଟ ବନ୍ଦ ହେବା ଉପରେ ୟୁଟ୍ୟୁବ ତଦନ୍ତ ଆରମ୍ଭ କରିଛି। ଏହାସହ ବିବୃତ୍ତିରେ କୁହାଯାଇଛି, ହ୍ୟାକର୍ସ ସଂସଦ ଟିଭିର ୟୁଟ୍ୟୁବ ଚ୍ୟାନେଲର ନାଁ ବଦଳାଇ Ethereum କରିଥିଲେ। ସଂସଦ ଟିଭି ନିଜର ଟ୍ୱିଟର ଆକାଉଣ୍ଟରେ ଏକ ପ୍ରେସ ବିବୃତ୍ତି ଜାରି କରି ସୂଚନା ଦେଇଛି। ସଂସଦ ଟିଭିର ସୋସିଆଲ ମିଡିଆ ଟିମ ଏହି ସମସ୍ୟାର ସମାଧାନ କରିସାରିଛନ୍ତି । କିନ୍ତୁ, ଚ୍ୟାନେଲ ଏବେ ବି ବନ୍ଦ ରହିଛି, ୟୁଟ୍ୟୁବ ସୁରକ୍ଷା ସହ ଜଡିତ ଅନ୍ୟ ଅସୁବିଧା ଦୂର କରିବାରେ ଲାଗିଛି।
The YouTube channel of Sansad TV was compromised by some scamsters on Feb 15, 2022. Youtube is addressing the security threat and the issue will be resolved asap. pic.twitter.com/k1DI7HmZTh
— SansadTV (@sansad_tv) February 15, 2022
ସଂସଦର ଟିଭିର ୟୁଟ୍ୟୁବ ଆକାଉଣ୍ଟ ମଙ୍ଗଳବାର ସସପେଣ୍ଡ ହୋଇଥିଲା। ସଂସଦ ଟିଭିର ୟୁଟ୍ୟୁବ ଚ୍ୟାନେଲ ଖୋଲିଲେ ‘404 ERROR’ ଦେଖିବାକୁ ମିଳୁଥିଲା। CERT-In ମଧ୍ୟ ସଂସଦ ଟିଭିକୁ ହ୍ୟାକିଂରୁ ସତର୍କ ରଖିବା ପାଇଁ ଆଲର୍ଟ ଜାରି କରିଥିଲା। ସଂସଦ ଟିଭି ଅନୁସାରେ ୟୁଟ୍ୟୁବ ସଂସଦ ଟିଭର ଆକାଉଣ୍ଟ ସହ ଜଡିତ ହ୍ୟାକିଂ ମାମଲାର ତଦନ୍ତ କରୁଛି। ସୁରକ୍ଷା ସମ୍ପର୍କିତ ସମସ୍ତ ଅସୁବିଧା ଦୂର କରାଯିବା ପରେ ସଂସଦ ଟିଭିର ଚ୍ୟାନେଲକୁ ପୁଣି ଥରେ ଆରମ୍ଭ କରାଯିବ।