ଓଡ଼ିଶା
ଗିରଫ ପରେ କୋର୍ଟରେ ହାଜର ହେଲେ କୋଟିପତି ଡାକ୍ତର

ଭୁବନେଶ୍ବର: ଗିରଫ ପରେ କୋର୍ଟରେ ହାଜର ହେଲେ କୋଟିପତି ଡାକ୍ତର ସୁକାନ୍ତ ଜେନା। ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା ସୁକାନ୍ତ ଜେନାଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି। ୮୦୦୦ଟଙ୍କା ଲାଞ୍ଚ ନେଇ ଗିରଫ ହେବା ପରେ ତାଙ୍କ ଘରୁ ମିଳିଥିଲା ୧ କୋଟି ୧୩ ଲକ୍ଷ ନଗଦ ଟଙ୍କା। ଗିରଫ ଡାକ୍ତର ସୁକାନ୍ତ ଏତେ ଟଙ୍କା କେଉଁଠୁ ଆଣିଲେ ସେ ନେଇ ଏବେ ଖୋଳତାଡ କରୁଛି ପୁଲିସ।
କୁହାଯାଇଛି ଯେ, ନର୍ସିଂ ହୋମ ତିଆରି ଲାଗି ଏସବୁ ଟଙ୍କା ସେ ଘରେ ଲୁଚାଇ ରଖିଥିଲେ । ଗିରଫ ପରେ ଘରୁ ୧ କୋଟି ୧୩ ଲକ୍ଷ ଟଙ୍କା ମିଳିଥିବା ସହ ସେ ୪୪ ଲକ୍ଷ ଟଙ୍କାର ବୀମା କରିଥିବା ଜଣାପଡ଼ିଛି। ତା’ବ୍ୟତୀତ ତାଙ୍କର ୩ଟି ପ୍ଲଟ ସହିତ ଇନଫୋସିଟି ଅଞ୍ଚଳରେ ଗୋଟିଏ ଘର ଏବଂ ପୁରୀରେ ଗୋଟେ ଆପାର୍ଟମେଣ୍ଟ ଲାଗି ସେ ଟଙ୍କା ନିବେଶ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ତେବେ ଆୟବର୍ହିଭୂତ ଏବଂ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗଣ୍ଡା ଗଣ୍ଡା ଅଫିସର ଧରାପଡ଼ିବା ସମସ୍ତଙ୍କୁ ଚକିତ କରିଛି।