ଜାତୀୟ

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ମମତାଙ୍କୁ ବାନାର୍ଜୀଙ୍କୁ ଚିଠି, ଟୁଇଟରରେ ସେୟାର କରି କହିଲେ- ଯେତେବେଳେ ଚାହିଁବେ ରାଜବନକୁ ଆସନ୍ତୁ

କୋଲକାତା() ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନକଡ଼ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କରେ ଅନେକ ସମୟ ତିକ୍ତତା ଦେଖିବାକୁ ମିଳେ। ରାଜ୍ୟପାଳ ଗତ ଫେବୃଆରୀ ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିକୁ ଏବେ ଟୁଇଟରରେ ସେୟାର କରିଛନ୍ତି । ଚିଠିରେ ସେ କହିଛନ୍ତି ଆଗାମି ସପ୍ତାହ ମୁଖ୍ୟମନ୍ତ୍ରୀ ଯେତେବେଳେ ଚାହିଁବେ ରାଜଭବନରେ ଆସି କଥାହୋଇ ପାରିବେ ।

କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜପାଳଙ୍କ ବିରୋଧରେ କହିଥିଲେ ରାଜ୍ୟପାଳ ସରକାରୀ ଅଧିକାରୀମାନଙ୍କୁ ନିଜ ଚାକର ବୋଲି ଭାବୁଛନ୍ତି। ଏହା କହି ସେ ରାଜ୍ୟପାଳଙ୍କ ଟୁଇଟର ଆକାଉଣ୍ଟକୁ ବ୍ଲକ କରିଦେଇଥିଲେ । ଜାନୁଆରୀ ୩୧ରେ ମୁଖ୍ୟମନ୍ତ୍ରୀ ରାଜଭବନର ଟୁଇଟଚର ଆକାଉଣ୍ଟକୁ ବ୍ଲକ କରି କହିଥିଲେ ରାଜ୍ୟପାଳଙ୍କ ଅଣ ସମ୍ୱିଧାନିକ ବୟାନ ଯୋଗୁଁ ଏପରି କରିବାକୁ ପଡ଼ିଲା ।

ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ ରାଜ୍ୟପାଳ ନିଜକୁ ସବୁଠାରୁ ବଡ଼ ଭାବୁଛନ୍ତି ଓ ସରକାରୀ ଅଧିକାରୀମାନଙ୍କୁ ଚାକର ବୋଲି ଭାବୁଛନ୍ତି । ଏହାପରେ ଧନକଡ଼ କହିଥିଲେ ମମତା ବାନାର୍ଜୀଙ୍କ ଏହି ପଦକ୍ଷେପ ସମ୍ବିଧାନ ବିରୋଧି । ଯେତେବେଳେ ରାଜ୍ୟପାଳ,ବଙ୍ଗାଲ ଗ୍ଲୋବାଲ ସମ୍ମିଟ, ମା କେଣ୍ଟିନ, ବିଶ୍ୱ ବିଦ୍ୟାଳୟରେ କୁଳପତି ନିଯୁକ୍ତି, ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟନୁଷ୍ଠାନ ସମ୍ବନ୍ଧୀୟ ପ୍ରସଙ୍ଗ ଉଠାଇ ଥିଲେ ସେତେବେଳେ ଏପରି ହୋଇଥିଲା ।

ରାଜ୍ୟପାଳ ଚିଠି ସେୟାର କରି କହିଛନ୍ତି ମୁଖ୍ୟମନନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିବେଦନ ସେ ଆସନ୍ତା ସପ୍ତାହ ଯେତେବେଳେ ଠିକ ଲାଗିବ ରାଜ ଭବନକୁ ଆସନ୍ତୁ ଓ କତାବାର୍ତ୍ତା ହୁଅନ୍ତୁ । ଏକ ସମ୍ବୀଧାନିକ ସରକାରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ଜରୁରି ହୋଇଥାଏ। ରାଜ୍ୟପାଳ କହିଛନ୍ତି ଅଧିକ ସମୟ ଧରି ଯେଉଁ ପ୍ରସଙ୍ଗ ରହିଛି ସେଥିରେ କୌଣସି ପ୍ରତିକ୍ରିୟା ମିଳୁନାହିଁ । ଲୋକତାନ୍ତ୍ରିକ ସରକାରକରେ ଏହା ଜରୁରି ।

ବିଜେପି ପ୍ରବକ୍ତା ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଏହା ସାମାନ୍ୟ ପ୍ରକ୍ରିୟା। ରାଜ୍ୟପାଳ ସମସ୍ତ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ହୋଇଥାଆନ୍ତି । ସେ କୌଣସିବି ମୁଖ୍ୟମନ୍ତ୍ରୀଙ୍କୁ ବୈଠକ ପାଇଁ ଡାକିପାରିବେ । ଏପରି ଅନେକ ପ୍ରସଙ୍ଗ ରହିଛି ଯେଉଁଥିରେ ରାଜ୍ୟପାଳ କଥା ହେବାକୁ ଚାହୁଁଛନ୍ତି କିନ୍ତୁ ରାଜ୍ୟ ସରକାର କୌଣସି ଜବାବ ଦେଉ ନାହାନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com