ଓଡ଼ିଶା
କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମନ୍ତ୍ରୀଙ୍କ ସହ ଇକୋ ରିଟ୍ରିଟରେ ହେବ ଆଲୋଚନା
କୋଣାର୍କ() କେନ୍ଦ୍ର ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ । କଡା ସୁରକ୍ଷା ବଳୟ ଭିତରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିରର କାରୁକାର୍ଯ୍ୟ ଦେଖି ବିମୋହିତ ହୋଇଛନ୍ତି ମନ୍ତ୍ରୀ । ବିଶେଷ କରି କୋଣାର୍କ ମନ୍ଦିରରୁ ଉଦ୍ଧାର କରାଯାଇ ଥିବା ଲୁହା ବିମ ଗୁଡିକ କିଭଳି ତିଆରି କରାଯାଇଥିଲା ।
ଏଥିରେ କଳଙ୍କି ନ ଲାଗିବାର କାରଣ ଖୋଜିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ମନ୍ତ୍ରୀ । ପ୍ରତ୍ନତତ୍ତ୍ୱ ବିଭାଗକୁ ଅନୁରୋଧ କରାଯିବା ସହିତ ଚିଠି ଲେଖିବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଗତକାଲି ରାତିରେ ଇକୋ ରିଟ୍ରିଟ ରାତ୍ରି ଯାପନ କରିବା ପରେ ଆଜି କୋଣାର୍କ ମନ୍ଦିର ପରିଦର୍ଶନ ରିଥିଲେ । ଆଜି ଇକୋ ରିଟ୍ରିଟରେ ବିଭିନ୍ନ ରାଜ୍ୟର ମନ୍ତ୍ରୀଙ୍କ ସହିତ ଗୁପ୍ତ ବୈଠକ କରିବା ନେଇ ସୂଚନା ରହିଛି ।