ଅନ୍ୟାନ୍ୟ
ଯୁଦ୍ଧର ପଞ୍ଚମ ଦିନରେ ତେୱର ଦେଖାଇଲା ୟୁକ୍ରେନ: ରୁଷ ସୈନ୍ୟବାହିନୀକୁ ଦେଖାଇଲା ମୃତ୍ୟୁର ଭୟ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରି ଚାଲିଛି ପୁତିନ ସେନା । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅକ୍ତିଆରକୁ ନେଉଛି ରୁଷ । ସେପେଟେ ୟୁକ୍ରେନ ରାଷ୍ଟ୍ରପତି ମଧ୍ୟ ହାର ମାନିବାକୁ ନାରାଜ । ବରଂ ଏବେ ରୁଷ ମୃତ୍ୟୁର ଧମକ ଦେଇଥିବା ଜଣାଯାଇଛି । ରୁଷ ସହିତ ଆଲୋଚନା ପୂର୍ବର ରାଷ୍ଟ୍ରପତି ଜେଲେନସ୍କି ନିଜ ତେୱର ଦେଖାଇଛନ୍ତି । ରୁଷକୁ ଯଥାଶୀଘ୍ର ସିଜଫାୟାର(ଅସ୍ତ୍ରବିରତୀ) ଘୋଷଣା କରିବା ପାଇଁ ଚେତାବନୀ ଦେଇଛନ୍ତି । ଦେଶଖୁ ସମ୍ବୋଧନ କରିବା ସମୟରେ ଏପରି କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି ।

ସମ୍ବୋଧନରେ ୟୁକ୍ରେନ ରାଷ୍ଟ୍ରପତି ରୁଷକୁ ଦେଇଛନ୍ତି କଡା ଚେତାବନୀ । ଏମିତିକି ନିଜ ଦେଶକୁ ଫେରିଯିବା ପାଇଁ ସେ ରୁଷସେନାକୁ ଚେତାଇ ଦେଇଛନ୍ତି । ନଚେତ ପୁତିନ ସେନାର ମୃତ୍ୟୁ ସୁନିଶ୍ଚିତ ବୋଲି କହିଛନ୍ତି ୟୁକ୍ରେନର ରାଷ୍ଟ୍ରପତି । ୟୁକ୍ରେନର ସମସ୍ତ ନାଗରିକ ଜଣେ ଜଣେ ସୈନିକ ଯିଏ ଶେଷ ପର୍ଯ୍ୟନ୍ତ ରୁଷ ସେନା ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ରହିଛନ୍ତି । କେବଳ ସାଧାରଣ ନାଗରିକ ନୁହେଁ ଦରକାର ପଡିଲେ ଦେଶର ସମସ୍ତ ବନ୍ଦୀ ଏବଂ କଏଦୀମାନଙ୍କୁ ମଧ୍ୟ ସେ ଯୁଦ୍ଧ ପାଇଁ ସଜାଗ କରିବେ ବୋଲି ପ୍ରକାଶ କରିଛନ୍ତି । ଏମାନଙ୍କୁ ରୁଷ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସୁଯୋଗ ଦିଆଯିବ ।
![]()




