ଅନ୍ୟାନ୍ୟ

ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ଆଣିବା ଲାଗି ରୋମାନିଆ ଓ ହଙ୍ଗେରି ଗଲେ ଭାରତୀୟ ବାୟୁସେନାର ୨ ବିମାନ

ନୂଆଦିଲ୍ଲୀ: ରୁଷ୍‌ ଆକ୍ରମଣ ଆରମ୍ଭ କରିବା ପରେ ବିମାନ ଚଳାଳଚ ପାଇଁ ୟୁକ୍ରେନ୍‌ ତା’ର ଆକାଶ ପଥ ବନ୍ଦ କରିବା ପରେ ସେଠାରେ ଫସି ରହିଯାଇଥିବା ଭାରତୀୟମାନଙ୍କୁ ସ୍ବଦେଶକୁ ଫେରାଇ ଆଣିବା ଲାଗି ଭାରତ ସରକାର ଆରମ୍ଭ କରିଥିବା ‘ଅପରେସନ୍‌ ଗଙ୍ଗା’ରେ ଭାରତୀୟ ବାୟୁସେନାର ୩ଟି ବିମାନ ପୋଲାଣ୍ଡ୍‌, ହଙ୍ଗେରି ଓ ରୋମାନିଆ ଅଭିମୁଖେ ଯାତ୍ରା କରିବାକୁ ଧାର୍ଯ୍ୟ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ଆଜି ପ୍ରତ୍ୟୁଷରେ, ଭାରତୀୟ ବାୟୁସେନାର ବିମାନ ‘ସି-୧୭ ଗ୍ଲୋବ୍‌ମାଷ୍ଟର୍‌’ ୟୁକ୍ରେନ୍‌କୁ ତମ୍ବୁ, କମ୍ବଳ ଏବଂ ଅନ୍ୟାନ୍ୟ ମାନବୀୟ ସହାୟତା ନେଇ ରୋମାନିଆ ଅଭିମୁଖେ ଯାଇଛି। ୟୁକ୍ରେନ୍‌ ସୀମାନ୍ତ ପାର ହୋଇ ରୋମାନିଆରେ ପହଞ୍ଚିଥିବା ଭାରତୀୟମାନଙ୍କୁ ଏହି ବିମାନ ଫେରାଇ ଆଣିବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ପୋଲାଣ୍ଡ୍‌ ବାଟ ଦେଇ ଭାରତ ଔଷଧ ଏବଂ ଅନ୍ୟାନ୍ୟ ରିଲିଫ୍‌ ସାମଗ୍ରୀ ୟୁକ୍ରେନ୍‌କୁ ପଠାଇଥିଲା।
ସମସ୍ତଙ୍କୁ ଆମ ମାତୃଭୂମିକୁ ପ୍ରତ୍ୟାବର୍ତ୍ତନ ଅବସରରେ ସ୍ବାଗତ କରୁଛି। ନିରାପଦରେ ଆମ ନାଗରିକମାନଙ୍କୁ ଫେରାଇ ଆଣିବା ଲାଗି ପ୍ରଧାନମନ୍ତ୍ରୀ ବଦ୍ଧପରିକର ବୋଲି ୟୁକ୍ରେନ୍‌ରୁ ଫେରିଥିବା ଭାରତୀୟମାନଙ୍କୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି।
ଭାରତୀୟ ଜନସ୍ଥାନାନ୍ତରଣ ଅଭିଯାନ ‘ଅପରେସନ୍‌ ଗଙ୍ଗା’ରେ ଗତ ୨୪ ଘଣ୍ଟାରେ ୬ଟି ବିମାନ ଭାରତ ଅଭିମୁଖେ ଆସିଥିବା କଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବୁଧବାର ଦିନ କହିଛନ୍ତି।

Related Articles

Back to top button