ନୂଆଦିଲ୍ଳୀ() ବଲିଉଡ ଅଭିନେତା ତଥା ସିଙ୍ଗର ଆଦିତ୍ୟ ନାରାୟଣ ଏବଂ ଶ୍ୱେତା ଅଗ୍ରୱାଲ ୨୦୨୦ ଡିସେମ୍ବର ୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନେ ନିଜର ବୈବାହିକ ଜୀବନକୁ ନେଇ ବହୁତ ଖୁସି ଅଛନ୍ତି। ଏବେ ତାଙ୍କର ଖୁସି ଆଉ ଦ୍ୱିଗୁଣିତ ହୋଇଯାଇଛି। କାରଣ ଦୁହେଁ ଏବେ ମା’-ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ଫେବୃୟାରୀ ୨୪ରେ ସେମାନେ ମୁମ୍ବାଇ ସ୍ଥିତ ଏକ ନର୍ସିଂହୋମରେ ସେମାନଙ୍କର ପ୍ରଥମ କନ୍ୟା ସନ୍ତାନକୁ ସ୍ବାଗତ କରିଥିଲେ। ଏନେଇ ଆଦିତ୍ୟ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଦୁହେଁ ଏବେ ବେଶ୍ ଖୁସି ଥିବା ଜଣାପଡିଛି।
View this post on Instagram
ଏହା ବ୍ୟତୀତ ଆଦିତ୍ୟ କହିଛନ୍ତି କି ‘ସମସ୍ତେ ମୋତେ କହୁଥିଲେ ଯେ ଆମର ପୁଅ ହେବ। କିନ୍ତୁ ମୁଁ ମୋ ହୃଦୟ ସହ ପ୍ରାର୍ଥନା କରୁଥିଲି କି ଆମ ଘରକୁ ଗୋଟେ ଝିଅଟେ ଆସୁ। କାହିଁକି ନା ମୁଁ ଜାଣେ କି ବାପାମାନେ ସେମାନଙ୍କ ଝିଅମାନଙ୍କ ସହିତ ଅତି ନିକଟତର ହୋଇଥାନ୍ତି। ସେଥିପାଇଁ ମୁଁ ବୁହତ ଖୁସି ମୋ ପାଇଁ ଗୋଟେ ପରୀ ଆସିଛି ।