ଜାତୀୟମନୋରଞ୍ଜନ

ସ୍ବରା ଭାସ୍କରଙ୍କ ବ୍ୟାଗ ଲୁଟି ନେଲ୍‌ Uber ଡ୍ରାଇଭର, ସହାତୟତା ପାଇଁ କମ୍ପାନୀକୁ କଲେ ଟ୍ବିଟ୍‌

ମୁମ୍ବାଇ() ସାମାଜିକ ମୁଦ୍ଦା ହେଉ କିମ୍ବା ଅନ୍ୟ କୌଣସି ଉପରେ ନିଜ ରାୟ ଦେବାକୁ ପଛାନ୍ତି ନାହିଁ ଅଭିନେତ୍ରୀ ସ୍ୱରା ଭାସ୍କର। ହେଲେ ବର୍ତ୍ତମାନ ସ୍ବରା ଲୁଟେରାର ଶିକାର ହୋଇଛନ୍ତି। ଆମେରିକାର ଲସ୍‌ ଆଞ୍ଜଲସ୍‌ରେ ତାଙ୍କ ଜିନିଷ ଚୋରି ହୋଇଯାଇଛି। ଜଣେ ଉବର ଡ୍ରାଇଭର ତାଙ୍କ ବ୍ୟାଗ୍‌ ଧରି  ମାରିଛି  ଛୁ’। ଏନେଇ ସ୍ୱରା ଅଭିଯୋଗ ଆଣିଛନ୍ତି।

ସ୍ୱରା ସୋସିଆଲ୍‌ ମିଡିଆରେ ଟ୍ୱିଟ୍‌ କରି ପୂରା ଘଟଣା ବିଷୟରେ ବଖାଣିଛନ୍ତି। ଏଥିସହ ଉବର କମ୍ପାନୀକୁ ସହାୟତା ମଧ୍ୟ ମାଗିଛନ୍ତି। ସ୍ୱରା ଟ୍ୱିଟ୍‌ କରି ଲେଖିଛନ୍ତି, ‘ଉବର, ତୁମର ଜଣେ ଡ୍ରାଇଭର ମୋ କାରରେ ଥିବା ଖାଦ୍ୟ ସାମଗ୍ରୀ ଅନ୍ୟାନ୍ୟ ଜିନିଷ ନେଇ ଫେରାର ହୋଇଯାଇଛି। ଲାଗୁଛି ଆପଣଙ୍କର ଆପରେ ଏହାକୁ ରିପୋର୍ଟ କରିବାର କୌଣସି ମୂଲ୍ୟ ନାହିଁ, ଏହା କୌଣସି ହଜିଯାଇଥିବା ଜିନିଷ ନୁହେଁ। ସେ ମୋର ଜିନିଷ ଚୋରି କରିଛନ୍ତି, ମୁଁ ମୋର ଜିନିଷ ଫେରାଇ ପାଇ ପାରିବି କି ….

ଅଭିନେତ୍ରୀଙ୍କ ଏହି ଟୁଇଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଲୋକମାନେ ତାଙ୍କୁ ପରିହାସ କରୁଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ‘୧୦୦ ଗ୍ରାମ ଗ୍ରୋସରୀ ପାଇଁ ଏତେ ଚିଲାଉଛ କାହିଁକି?’ ସ୍ୱରା ନିଜ ପରିବାର ସହ ହୋଲି ସେଲିବ୍ରେଟ୍‌ କରିବା ପରେ ବିଦେଶ ବୁଲିବାକୁ ଯାଇଛନ୍ତି। ସେ ଲଗାତାର ନିଜ ଇନଷ୍ଟାଗ୍ରାମରେ ଏହାର ଫଟୋ ସେୟାର କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com