ଜାତୀୟ

ନୂତନ ଅଧିନାୟକ ନାଁ ଘୋଷଣା କଲା ଆରସିବି, ଦଳର ନେତୃତ୍ଵ ନେବେ ଫାଫ ଡୁପ୍ଲେସିସ୍

ବେଙ୍ଗାଲୁରୁ() ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୨୦୨୨ ସିଜିନ ପାଇଁ ନିଜର ଅଧିନାୟକ ଘୋଷଣା କରିଛି। ଆରସିବି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ ଡୁପ୍ଲେସିସଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦେଇଛି। ଚଳିତ ସିଜିନରୁ ଡୁପ୍ଲେସିସ୍ ଦଳର ଦାୟିତ୍ଵ ସମ୍ଭାଳିବେ। ଏହା ପୂର୍ବରୁ ଫାଫ ଡୁପ୍ଲେସିସ୍‌ ଆଇପିଏଲରେ କେବେ ବି କୌଣସି ଦଳର ଅଧିନାୟକ ଭାର ସମ୍ଭାଳି ନାହାନ୍ତି। ନିକଟରେ ସଂପନ୍ନ ମେଗା ନିଲାମରେ ତାଙ୍କୁ ଆରସିବି ୭ କୋଟି ଟଙ୍କାରେ କିଣିଥିଲା।

Related Articles

Back to top button