ଅନ୍ୟାନ୍ୟ

ମୁଖ୍ୟମନ୍ତ୍ରୀଙ୍କ ପୁଅ ସମେତ ୧୫ ଜଣଙ୍କ ନାମରେ ଏଫ୍‌ଆଇଆର, ଲାଗିଛି ଗମ୍ଭୀର ଆରୋପ

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କ ବିରୋଧରେ ଆସିଛି ଠକେଇ ଅଭିଯୋଗ । ନାସିକ୍‌ ପୋଲିସ୍‌ ଦ୍ୱାରା ରୁଜୁ ହୋଇଥିବା ମାମଲା ମୁତାବକ, ବୈଭବ ଏବଂ ଅନ୍ୟ ୧୪ ଜଣ ବ୍ୟକ୍ତିଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ସହିତ କଣ୍ଟ୍ରାକ୍ଟ କରାଇଦେବା ବାହାନାରେ ଜଣେ ବ୍ୟକ୍ତିଙ୍କ ଠାରୁ ୬.୮ କୋଟି ଚୂନା ଲଗାଇଥିବା ଅଭିଯୋଗ ହୋଇଛି ।
ଅନ୍ୟପଟେ ଦ୍ୱିତୀୟ ଅଭିଯୁକ୍ତଭଙ୍କ ଅଭିଯୋଗକୁ ଖଣ୍ଡନ କରି ବୈଭବ କହିଛନ୍ତି, ମୁଁ ଜାଣିଥିଲି ଯେ ଆଗାମୀ ବର୍ଷ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଏପରି ମିଥ୍ୟା ଅଭିଯୋଗ ଆସିବ । କହିରଖୁଛୁ ଯେ, ୩୩ ବର୍ଷୀୟ ସୁଶିଲ୍‌ ଭାଲଚନ୍ଦ୍ରା ପାଟିଲ୍‌ ନାମକ ଜଣେ ବ୍ୟକ୍ତି ୨୦୧୮ ଜାନୁଆରୀ ୧ ତାରଖ ଏବଂ ୨୦୨୦ ଜାନୁଆରୀ ୧ ତାରିଖ ମଧ୍ୟରେ ତାଙ୍କଠାରୁ ଏହି ଅର୍ଥ ଠକି ନେଇଥିବା ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ସେ ପରେ ଥାନାରେ ମାମଲା ଦାଏର କରିଥିଲେ ।
ପର୍ଯ୍ୟଟନ ବିଭାଗ ସହିତ ରାଜସ୍ଥାନ ସରକାରଙ୍କ ଇ-ଟଏଲେଟ୍‌ ପରିଯୋଜନାରେ ନିବେଶ କରିବା ପାଇଁ ଏହି ଟଙ୍କା ତାଙ୍କ ଠାରୁ ନିଆଯାଇଥିବା ଅଭିଯୋଗକାରୀ କହିଛନ୍ତି । ଏଫ୍ଆଇଆର୍‌ ମୁତାବିକ ଅଭିଯୁକ୍ତମାନେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ୩.୯୩ କୋଟି ଟଙ୍କା ନେବା ସହିତ ଅଧିକ ରିଟର୍ଣ୍ଣ ମିଳିବ ବୋଲି କହିଥିଲେ । ଏଥି ସହିତ କିଛି ନଗଦ ଟଙ୍କା ମଧ୍ୟ ନେଇଥିଲେ । ପାଖାପାଖି ୬.୮୦ କୋଟି ଟଙ୍କାର ଠକାମି କରିଥିବା ସେ ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତମାନେ ପୂର୍ବରୁ କହିବା ଅନୁଯାୟୀ ସେପରି କିଛି କରିନଥିଲେ ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com