ନୂଆଦିଲ୍ଲୀ() ଦୁନିଆର ସବୁଠୁ ଧନଶାଳୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମୋସ୍କ ମାଇକ୍ରୋ-ବ୍ଲୋଗିଙ୍ଗ ସାଇଟ୍ ଟୁଇଟର ଇଙ୍କରେ ୯.୨ ପ୍ରତିଶତ ଅଂଶ କିଣିଛନ୍ତି। ସୋମବାର ଏହାର ସୂଚନା ଦିଆଯାଇଛି। ରେଗୁଲେଟର ଫାଇଲିଂରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏଲନ ମସ୍କ ସୋସିଆଲ ମିଡିଆ କମ୍ପାନୀre ୯.୨ ଅଂଶଧନ କିଣିଛନ୍ତି।
ଏହି ଖବର ପରେ ପ୍ରି ମାର୍କେଟ୍ ଟ୍ରେଣ୍ଡିଂରେ ଟୁଇଟରର ସେୟାର ୨୮.୪୯ ପ୍ରତିଶତ ବଢି ୫୦.୫୧ ପ୍ରତିଶତ ଡଲାର ହୋଇଛି। ଉଲ୍ଲେଖନୀୟ ଏଲନ ମସ୍କ ଆରମ୍ଭରୁ ଟୁଇଟର ନୀତିର ସମାଲୋଚକ ଥିଲେ। ସମାଲୋଚନା କରି ଟୁଇଟ୍ ମଧ୍ୟ କରୁଥିଲେ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଖବର ଚାଲିଥିଲା ଯେ, ଏଲନ ମସ୍କ ନିଜେ ନୂତନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଆରମ୍ଭ କରି ପାରନ୍ତି। ନିକଟରେ ଟୁଇଟରରେ ନିର୍ବାକ ଆଲୋଚନା ବିଷୟରେ ସେ ଟିପ୍ପଣୀ କରିଥିଲେ।