ଅନ୍ତର୍ଜାତୀୟଜାତୀୟ
ସୁଧୁରୁନି ଶ୍ରୀଲଙ୍କା ସ୍ଥିତି: ୫ ଦିନ ପାଇଁ ବନ୍ଦ ରହିବ କଲମ୍ବୋ ଷ୍ଟକ ଏକ୍ସଚେଞ୍ଜ

କଲମ୍ବୋ() ନିୟନ୍ତ୍ରଣ ବାହାରେ ଶ୍ରୀଲଙ୍କା ସ୍ଥିତି । ଖାଦ୍ୟ, ଇନ୍ଧନ, ମେଡିସିନ ଅଭାବ କ୍ରମଶଃ ଅଧିକ ଘନୀଭୂତ ହୋଇଥିବା ବେଳେ ପ୍ରତିବାଦରେ କଲମ୍ବୋ ସମେତ ଅନ୍ୟାନ୍ୟ ସ୍ଥାନରେ ହୋଇଛି ବିକ୍ଷୋଭ । କଲମ୍ବୋସ୍ଥିତ ଗାଲେ ଫ୍ରଣ୍ଟ ସମ୍ମୁଖରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଛାତ୍ର, ଶିକ୍ଷକ, ଆଇନଜୀବୀ, ଡାକ୍ତର, ନର୍ସ ପ୍ରମୁଖ । ଆନ୍ଦୋଳନକାରୀମାନେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ବିରୋଧ କରିବା ସହ ତୁରନ୍ତ ସମାଧାନର ପନ୍ଥା ବାହାର କରିବା ଲାଗି ଦାବି କରିଛନ୍ତି ।
ସେପଟେ ଆସନ୍ତାକାଲି ଠାରୁ ୫ ଦିନ ଲାଗି କଲମ୍ବୋ ଷ୍ଟକ ଏକ୍ସଚେଞ୍ଜ ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇଛି । ନିବେଶକଙ୍କ ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛି ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ ବା ସିଏସଇ । ଦେଶର ଅର୍ଥନୀତି ଅତି ଗମ୍ଭୀର ସ୍ତରକୁ ଠେଲି ହୋଇଯାଇଥିବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସିଏସଇ ଆଇନର ଧାରା ୩୦ ଅନୁସାରେ ଷ୍ଟକ ଏକ୍ସଚେଞ୍ଜକୁ ୫ ଦିନ ଲାଗି ବନ୍ଦ ଘୋଷଣା କରାଯାଇଛି ।





