ଓଡ଼ିଶା
ଓଡିଶା କଂଗ୍ରେସକୁ ହାଇକମାଣ୍ଡଙ୍କ ପୁଣି ଅଣଦେଖା, ଆଲୋଚନା ବେଳେ ମିଳିଲାନି ଉପଯୁକ୍ତ ସମ୍ମାନ

ବ୍ୟୁରୋ() ଅସ୍ତ୍ରୋପଚାର ସଫଳ- ହେଲେ ରୋଗୀର ହୋଇଛି ମୃତ୍ୟୁ । ଦଳର ସାଂଗଠନିକ ପରିବର୍ତ୍ତନ ନେଇ ହାଇକମାଣ୍ଡଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଗସ୍ତ ଏବଂ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନାକୁ ଏବେ ଏହି ଢଙ୍ଗରେ ତର୍ଜମା କରୁଛନ୍ତି ଓଡିଶା କଂଗ୍ରେସର ବରିଷ୍ଠ ନେତୃବୃନ୍ଦ । ବରଂ ପ୍ରସଙ୍ଗ, ଏବେ ଆଉ ପିସିସି ସଭାପତି ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନରେ ସିମିତ ରହିନାହିଁ ।
ରାହୁଲ ସେମାନଙ୍କୁ ଯେଉଁ ଭଳି ବ୍ୟବହାର କଲେ ବିଫଳ ମନୋରଥ ନେଇ ଫେରିଥିବା କଂଗ୍ରେସ ନେତୃବୃନ୍ଦଙ୍କ ମଧ୍ୟରେ ଏହା ଏବେ ମୁଖ୍ୟ ଆଲୋଚ୍ୟର ବିଷୟ । ଓଡିଶାରେ ଏ ନେଇ କେନ୍ଦ୍ରୀୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ସମସ୍ତ ଚେଷ୍ଟା ସତ୍ବେ ଫଳ ନମିଳିବାରୁ ବିସ୍ତୃତ ଆଲୋଚନା ପାଇଁ ସମସ୍ତଙ୍କୁ ଦିଲ୍ଲୀ ଡକାଯାଇଥିଲା । ପ୍ରଥମେ 5 ତାରିଖ ଓ ପରେ ସମୟ ପରିବର୍ତ୍ତନ କରି 9 ତାରିଖରେ ରାହୁଲଙ୍କ ସହ ଆଲୋଚନା ପାଇଁ କୁହାଯାଇଥିଲା ।





