ଜାତୀୟ

ଜ୍ଞାନବ୍ୟାପୀ ମସ୍‌ଜିଦ୍‌ରେ ଗବେଷଣା କରି ମେ ୧୭ରେ ରିପୋର୍ଟ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ବାରାଣସୀ: ଉତ୍ତର ପ୍ରଦେଶ ବାରାଣସୀ ଜ୍ଞାନବ୍ୟାପୀ ମସ୍‌ଜିଦ୍‌ ଘଟଣାର ଗବେଷଣା ସାରି ମେ ୧୭ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବା ବାରାଣସୀ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜ୍ଞାନବ୍ୟାପୀ ମସ୍‌ଜିଦ୍‌ ଭିତରେ ସର୍ଭେକ୍ଷଣ କରାଯାଇପାରିବ କି ନାହିଁ ସେ ସମ୍ପର୍କରେ ଆବେଦନ ଉପରେ କୋର୍ଟ କହିଛନ୍ତି ଯେ ମସ୍‌ଜିଦ୍‌ର ପୂରା ଏରିଆ ମସ୍‌ଜିଦ୍‌ର ଭତ୍ତିପ୍ରସ୍ତର ବି ସର୍ଭେ କରାଯିବ ସହିତ ଭିଡିଓଗ୍ରାଫି କରାଯିବ ବୋଲି କୋର୍ଟ କହିଛନ୍ତି। ତା ସହିତ ସେକେଣ୍ଡ କୋର୍ଟ କମିଶନର ବିଶାଲ କୁମାର ସିଂହଙ୍କୁ ନିଯୁକ୍ତି ଦେଇଛନ୍ତି। ଏହା ପର୍ବରୁ ଅଜୟ ମିଶ୍ରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଥିଲା। ମେ ୧୦ରେ ରିପୋର୍ଟ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କାଶିବିଶ୍ୱନାଥ ମନ୍ଦିରଙ୍କୁ ଲାଗିଥିବା ଜ୍ଞାନବ୍ୟାପୀ ମସ୍‌ଜିଦ୍‌ରେ କାନ୍ଥ ବାହାରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ରହିଥିଲା। ଏହାକୁ ପୂଜା କରିବାକୁ ଦିଲ୍ଲୀର ରାକ୍ଷୀ ସିଂହ,ଲକ୍ଷ୍ମୀ ଦେବୀ ଓ ସୀତା ସାହୁ କୋର୍ଟରେ ଆବେଦନ କରିଥିଲେ। ଏହାପରେ କୋର୍ଟ ମସ୍‌ଜିଦ୍‌ରେ ଗବେଷଣା କରିବାକୁ ଅନୁମତି ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ଗବେଷକ ଟିମ ଗତ ଶୁକ୍ରବାର ଗବେଷଣା କରିବା ବେଳେ ବାଧା ଦେଇଥିଲେ ମୁସଲମାନ ଶ୍ରଦ୍ଧାଳୁ। ମସ୍‌ଜିଦ୍‌ରେ ବାହାରେ ବିକ୍ଷୋଭ ପ୍ରଦର୍ଶନ କରି ଗବେଷଣାକାରୀଙ୍କୁ ଛାଡ଼ି ନଥିଲେ।

Related Articles

Back to top button