ଭୁବନେଶ୍ୱର: ସହରାଞ୍ଚଳରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ବାସ ଗୃହ ସୁବିଧା ନିରାପତ୍ତା ନେଇ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଜାଗା ମିଶନର ଉପାଦେୟତା ଉପରେ ଏକ କର୍ମଶାଳା ଭୁବନେଶ୍ୱର ୧୨ ନମ୍ବର ୱାର୍ଡ଼ରେ ଅନୁଷ୍ଠିତ ହୋଇଯାଇଛି । ସୈନିକ ସ୍କୁଲରୁ ଓମଫେଡ଼ ଛକ ମଝିରେ ଥିବା ବିଭିନ୍ନ ବସ୍ତି ବାସିନ୍ଦାମାନେ ଏଥିରେ ଯୋଗ ଦେଇ ଜାଗା ମିଶନ ଉପରେ ଥିବା ବିଭିନ୍ନ ସୁବିଧା ଅସୁବିଧା ଉପରେ ଆଲୋଚନା କରିଥିଲେ । ୧୨ ନଂ ୱାର୍ଡ ଅଫିସଠାରେ ଜାଗା ସମ୍ପର୍କ ମାଧ୍ୟମରେ ଅନୁଷ୍ଠିତ ଏହି ଜାଗା ମିଶନ କାର୍ଯ୍ୟକ୍ରମରେ ବସ୍ତି ବାସିନ୍ଦାଙ୍କ ଉନ୍ନତି ପାଇଁ ଏକାଧିକ ବିକାଶ ମୂଳକ ଯୋଜନା ହାତକୁ ନିଆଯିବା ନେଇ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଓ ସିପ୍ରାରାଣୀ ସାମନ୍ତରାୟ ,ଆଇଇ ଅମୀୟ କୁମାର ବିଶ୍ବାଳ ,ଜେଇଇ ମିଥଲେସ ରଥ ଓ ୧୨ ନଂ ୱାର୍ଡର କର୍ପୋରେଟର ଜୟନ୍ତୀ ଯୋଦାନ କରିଥିଲେ ।
Back to top button