ଜାତୀୟ
ଦୀପାବଳି ବାଣ ନୁହେଁ କାରଣ, ବାୟୋମାସ୍ ବର୍ଣ୍ଣିଂ ଦିଲ୍ଲୀରେ ବଢାଉଛି ବାୟୁ ପ୍ରଦୂଷଣ: ଅଧ୍ୟୟନ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଭୟରେ ଏବେ ରାଜଧାନୀ ଦିଲ୍ଲୀବାସୀ ଗତ କେତେବର୍ଷ ହେଲା ଭଲରେ ଦୀପାବଳି ପାଳି ପାରୁନାହାନ୍ତି। ଉତ୍ସବ ପୂର୍ବରୁ ବାଣ ବିକ୍ରିରୁ ଆରମ୍ଭ କରି ଫୁଟାଇବା ପର୍ଯ୍ୟନ୍ତ ନାନା କଟକଣା ଜାରି ହେଉଛି। କେଉଁଠି କିଏ ଯଦି ଲୁଛି ଛପି ଫୋଟକା ଟିଏ ଫୁଟେଇଲା ଧରପଗଡ ହେଉଛି। ତେବେ ଦିଲ୍ଲୀ ବାୟୁ ପ୍ରଦୂଷଣର କାରଣ ଦୀପାବଳିର ବାଣ ନୁହେଁ ବୋଲି ପ୍ରଥମ ଥର ଆଇଆଇଟି ଦିଲ୍ଲୀ କହିଛନ୍ତି।
ଦୀପାବଳିର ପ୍ରଦୂଷଣ ମାତ୍ର ୧୨ ଘଣ୍ଟା ପର୍ଯ୍ୟନ୍ତ ଥାଏ। ତେବେ ପରେ ଦିନ ଦିନ ଧରି ବାୟୁ ପ୍ରଦୂଷଣର କାରଣ ଉପରୁ ପ୍ରଥମ ଥର ପର୍ଦା ହଟାଇଛନ୍ତି ଆଇଆଇଟି। ଏକ ଅଧ୍ୟୟନରେ ବାୟୋମାସ ବର୍ଣ୍ଣିଂ ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା ହ୍ରାସ ସହ ପ୍ରଦୂଷଣର ମୁଖ୍ୟ କାରଣ ବୋଲି ଏବେ କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଆଇଆଇଟିଙ୍କ ଏକ ଟିମ୍ ଦିଲ୍ଲୀ ବାୟୁପ୍ରଦୂଷଣ ନେଇ ଅଧ୍ୟୟନ କରୁଥିଲେ। ଏଥିରେ ଦୀପାବଳି ପୂର୍ବରୁ, ଦୀପାବଳି ଦିନ ଓ ପରେ ବ୍ୟାପୁଥିବା ପ୍ରଦୂଷଣର ଉତ୍ସ ସନ୍ଧାନ ନିମନ୍ତେ ଏହି ଅଧ୍ୟୟନ କରାଯାଇଥିଲା। ଏହି ଅଧ୍ୟୟନର ରିପୋର୍ଟ ଆଟମୋସଫେରିକ ପଲ୍ୟୁସନ ରିସର୍ଚ୍ଚ ଜର୍ଣ୍ଣାଲରେ ମଧ୍ୟ ପ୍ରକାଶିତ ହୋଇଛି।

 




