ଓଡ଼ିଶା

ନନ୍ଦନକାନନରେ ଆଫ୍ରିକୀୟ ସିଂହ ମୃତ, ବିଷାକ୍ତ ସାପ ଦଂଶନ ସନ୍ଦେହ

ବାରଙ୍ଗ: ନନ୍ଦନକାନନରେ ଆଫ୍ରିକୀୟ ସିଂହର ମୃତ୍ୟୁ । ଖୁଆଡ ଭିତରେ ବିଷାକ୍ତ ସର୍ପ ଦଂଶନ କରିଥିବା ସନ୍ଦେହ କରାଯାଉଛି । ମୃତ୍ୟୁ ପରେ ନନ୍ଦନକାନନରେ ଏବେ ସିଂହ ସଂଖ୍ୟା ୧୬କୁ ହ୍ରାସ ପାଇଛି ।

ଖବର ଅନୁଯାୟୀ, ନନ୍ଦନକାନନର ଖୁଆଡ଼ ନମ୍ବର ୩୦ (ଖ)ରେ ରହୁଥିବା ଆଫ୍ରିକୀୟ ସିଂହର ମୃତ୍ୟୁ ହୋଇଛି । ଖୁଆଡ଼ ଭିତରେ ବିଷାକ୍ତ ସାପର ଦଂଶନରେ ସିଂହର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ଏବେ ଯାଏଁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।ସିଂହର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି । ତେବେ ଏବେ ଏହି ଆଫ୍ରିକୀୟ ସିଂହର ମୃତ୍ୟୁ ପରେ ନନ୍ଦନକାନନରେ ମୋଟ ସିଂହ ସଂଖ୍ୟା ୧୬କୁ ହ୍ରାସ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com