ସ୍ୱାସ୍ଥ୍ୟ

କୋଭିଡ୍‌ କେସ୍‌ ବଢ଼ିବା ପରେ ମୁମ୍ବାଇରେ ବଢ଼ିଲା ଟେଷ୍ଟିଂ

କୋଭିଡ୍‌ କେସ୍‌ ବଢ଼ିବା ପରେ ମୁମ୍ବାଇରେ କୋଭିଡ୍‌ ଟେଷ୍ଟିଂକୁ ଆହୁରି ବଢ଼ା ଯାଇଛି। ଏନେଇ BMC ପକ୍ଷରୁ ସୂଚନା ଦିଆଯାଇଛି। ମୁମ୍ବାଇରେ କୋଭିଡ୍‌ ଟେଷ୍ଟିଂ ସମୟରେ ପଜିଟିଭ୍‌ ରେଟ୍‌ ୬%ରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ଏବେ ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ ହୋଇଯିବ। ତେଣୁ କରୋନାର ନୂଆ ମାମଲା ଦ୍ରୁତ ଗତିରେ ପୁଣି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏନେଇ ଚେତାବନୀ ଜାରି କରାଯିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ୧୨ରୁ ୧୮ ବର୍ଷ ପିଲାଙ୍କ ବୁଷ୍ଟର ଡୋଜ୍‌ ଓ ଟିକାକରଣ ଅଭିଯାନ ବଢ଼ାଇବା ଲାଗି କୁହାଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୨,୭୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related Articles

Back to top button