ଜାତୀୟ
ସିଦ୍ଧୁ ମୁସୱାଲାଙ୍କ ଅରଦାସ୍ କାର୍ଯ୍ୟକ୍ରମରେ ଭାବୁକ ହେଲେ ବାପା, ହଜାର ହଜାର ଫ୍ୟାନ୍ସ ଦେଲେ ଶ୍ରଦ୍ଧାଞ୍ଜଳୀ

ନୂଆଦିଲ୍ଳୀ: ଗାୟକ ସିଦ୍ଧୁ ମୁସେୱାଲାଙ୍କର ଗତ ମେ’ ୨୯ ରେ ପରଲୋକ ହୋଇଥିଲା । ଗାୟକଙ୍କ ମୃତ୍ୟୁରେ କେବଳ ତାଙ୍କ ପରିବାର ହିଁ ନୁହେଁ ପ୍ରଶଂସକଙ୍କ ଏବଂ ସମଗ୍ର ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ ଝଟକା ଥିଲା। ବର୍ତ୍ତମାନ ଆଜି ଅର୍ଥାତ୍ ୮ ଜୁନରେ ସିଦ୍ଧୁଙ୍କର ଶେଷ ଅରଦାସ୍ କାର୍ଯ୍ୟକ୍ରମ ତଥା ସମାରୋହ ଥିଲା । ଏହି ସମାରୋହ ମାଧ୍ୟମରେ ସିଦ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ସମାରୋହର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ପ୍ରଶଂସକମାନେ ଏହି ଭିଡିଓଗୁଡିକୁ ସେୟାର କରି ଭାବପ୍ରବଣ ହେଉଛନ୍ତି ।





