ପୁରୀ: ପାଖେଇ ଆସୁଛି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା । ସଜେଇ ହେଉଛି ଜଗନ୍ନାଥ ଧାମ । ପବିତ୍ର ସ୍ନାନ ପୂର୍ଣ୍ଣିମା ଉପଲ୍ଲଖେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି | ଉଭୟ ବ୍ୟାରିକେଡ ଓ ବଡ଼ଦାଣ୍ଡରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ| ସହରର ବିଭିନ୍ନ ସ୍ଥାନରେ ୬ଟି ସ୍ୱତନ୍ତ୍ର ପାର୍କିଂ ସ୍ଥଳର ବ୍ୟବସ୍ଥା କରାଯାଇଛି | ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି | ସେବାୟତଙ୍କ ସହ ସମନ୍ୱୟ ରଖାଯାଇ ସମସ୍ତ ନୀତିକୁ ତ୍ୱରାନ୍ୱିତ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ସେପଟେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ୩୬ ଦିନରେ ପହଞ୍ଚିଛି । ୪ ଦିନ ପୂର୍ବରୁ ଆଜି ତିନି ରଥର ଚାରି ନାହାକା ଉଠିଛି। ରଥ ନିର୍ମାଣ ଟାର୍ଗେଟ ଅନୁଯାୟୀ , ଦେବସ୍ନାନ ପୂର୍ଣ୍ଣିମା ଦିନ ହିଁ ତିନି ରଥର ଚାରି ନାହାକା ଉଠିଥାଏ । କିନ୍ତୁ ଚଳିତ ବର୍ଷ ଆଗୁଆ ଏହି କାର୍ଯ୍ୟ କରାଯାଇଛି । ଏହା ପରେ ରଥର ଉପରି ଭାଗର ନିର୍ମାଣ କାର୍ଯ୍ୟ କରାଯିବ ।
Back to top button