ଚମ୍ପା:ଉଦ୍ଧାର କାର୍ଯ୍ୟ ଚାଲିଛି । ରାହୁଲ ଠାରୁ ଆଉ ମାତ୍ର କିଛି ସିମିର ଦୂରତାରେ ଉଦ୍ଧାରକାରୀ ଦଳ । ସେପଟେ ଘଟଣାସ୍ଥଳରେ ଜିଲ୍ଲାପାଳ ଖୋଦ ଉପସ୍ଥିତ ରହିଥିବାବେଳେ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ ଆଲୋଚନା କରିଛନ୍ତି। ଭିଡିଓ କଲ କରି ଉଦ୍ଧାରକାରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ କେତେଦୂର ଏହି ଅପରେସନ ଗଲାଣି । ଆଉ କେତେ ସମୟ ଲାଗିବ । ଫଶି ରହିଥିବା ବାଳକ ରାହୁଲର ସ୍ୱାସ୍ଥ୍ୟବସ୍ଥା କିପରି ଅଛି, ଏମିତି ଅନେକ ପ୍ରଶ୍ନ ପଟାରିଥିଲେ ମୁଖ୍ୟମନ୍ତ୍ରୀ ।
ଚମ୍ପା ଜିଲ୍ଲାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା ସମସ୍ତ ଘଟଣା ବିଷୟରେ ମୁଖ୍ୟମନ୍ତ୍ରୀ ଭୂପେଶ ଭାଘଲେକୁ Update ଦେଇଥିଲେ ଜିଲ୍ଲାପାଳ। ୯୯ ପ୍ରତିଶତ କାର୍ଯ୍ୟ ସରିଯାଇଛି। ଏବେ ମାନୁଆଲ ଅର୍ଥାତ ଉଦ୍ଧାରତକାରୀ ଦଳ ହାତରେ ମାଟି ଖୋଳା କାର୍ଯ୍ୟ ଜାରି ରଖିଛନ୍ତି । ରାହୁଲ ଆଉ ରେସକ୍ୟୁ ଟିମ୍ ମଧ୍ୟରେ ଅଳ୍ପ ଦୂରତା ରହିଛି। ମାଟି ବାଲି ହାତରେ ଖୋଲା ଯାଉଛି। ମାଟି ଧସି ପଡ଼ିବାର ଭୟ ଥିବା ଯୋଗୁଁ ଅତ୍ୟନ୍ତ ସତର୍କତାର ସହ ଅପରେସନ କାର୍ଯ୍ୟ ଚାଲିଛି ।
ଏହି ଘଟଣା ଦେଶର ସବୁଠାରୁ ବଡ଼ ଅପରେସନ ହୋଇଥିବାବେଳେ, ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଟିମକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶୁଭେଛା ଜଣାଇଥିଲେ । ସେପଟେ ଚମ୍ପାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଏବଂ ନିର୍ଦ୍ଦେଶକୁ ପ୍ରଶଂସା କରିଥିଲେ । କାରଣ ଘଟଣା ଉପରେ ପ୍ରତି ମୂହୂର୍ତ୍ତରେ ନଜର ରଖିଥିଲେ ମୁଖ୍ୟମନ୍ତ୍ରୀ । ରାହୁଲଙ୍କୁ ଅକ୍ଷତ ଅବସ୍ଥାରେ କିପରି ଉଦ୍ଧାର କରାଯିବ ସେନେଇ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦେଶ ଦେଇଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ।
Back to top button