କଟକ: ରଜ ଅବସରରେ ପ୍ରମେୟର ନିଆରା ପ୍ରୟାସ । କଟକରେ ଖବରକାଗଜ ବିତରକ ଓ ତାଙ୍କ ପରିବାର ସହ ପାଳିଛନ୍ତି ରଜ ମହୋତ୍ସବ । ଏହି ଅବସରରେ ପ୍ରମେୟ ଗୃହଲକ୍ଷ୍ମୀ -୨୦୨୨ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ଗୃହିଣୀମାନେ ବିଭିନ୍ନ ପ୍ରକାର ଆକର୍ଷଣୀୟ ରଙ୍ଗୋଲି ଓ ମୁରୁଜ ଆଙ୍କିଥିଲେ ।
ନିଜର ଲୁକ୍କାୟତ ପ୍ରତିଭାକୁ ପ୍ରଦର୍ଶନ କରି ଖୁସି ଜାହିର କରିଥିଲେ ପ୍ରତିଯୋଗୀ । କିଏ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଚିତ୍ର ଆଙ୍କିଥିଲେ । ପୁଣି କିଏ ପଦ୍ମଫୁଲକୁ ପଞ୍ଚୁବର୍ଣ୍ଣୀ ମୁରୁଜରେ ରଙ୍ଗାଇଥିଲେ ତ ଆଉ କିଏ ରଙ୍ଗ ରଙ୍ଗରେ ରଜଦୋଳିକୁ ସଜାଇଥିଲେ । ବିଭିନ୍ନ ପ୍ରକାର ଆକର୍ଷଣୀୟ ମରୁଜୁ, ରଙ୍ଗୋଲି ଚିତ୍ରରେ ଝଲସି ଉଠିଥିଲା ରେଭେନ୍ସା କଲେଟିଏଟ୍ ସ୍କୁଲର ପୁରା ମଇଦାନ ।
Back to top button