ଭଦ୍ରକ: ଅଗ୍ନିପଥ ଯୋଜନାକୁ ବିରୋଧ । ଜାତୀୟ ରାଜପଥ ଅବରୋଧ କଲେ ଅନେକ ସଂଗଠନ । ଯାହାଫଳରେ ରାଜପଥରେ ଗାଡି ଚଳାଚଳା ବ୍ୟାହତ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ ରାଜପଥ ଅବରୋଧ କରାଯାଇଛି ।
ଦାବି ଅନୁଯାୟୀ, ଭାରତୀୟ ସେନାର ଲିଖିତ ପରୀକ୍ଷା ପାଇଁ ଦାବି କରିଛନ୍ତି । ଏହାସହିତ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର ପାଇଁ ମଧ୍ୟ ଦାବି କରିଛନ୍ତି । ଆନ୍ଦୋଳନକାରୀଙ୍କ ମଧ୍ୟରେ ବହୁ ଆଶାୟୀ ଅଛନ୍ତି । ଯେଉଁମାନେ ସେନାରେ ଭର୍ତ୍ତି ପାଇଁ ଆବେଦନ କରିବା ସହ ଶାରୀରିକ ଓ ମେଡିକାଲ ପରୀକ୍ଷାରେ ସାମିଲ ହୋଇଥିଲେ । କିନ୍ତୁ ଏବେ ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହୋଇପାରିନାହିଁ । ଏହି ପରୀକ୍ଷାକୁ ଆୟୋଜନ ନକରି ଅଗ୍ନିପଥ ଯୋଜନା ପ୍ରଣୟନକୁ ବିରୋଧ କରି ରାଜପଥ ଅବରୋଧ କରାଯାଇଛି।
Back to top button