ଜାତୀୟ
ହସ୍ପିଟାଲରେ ଲାଲୁ ଯାଦବ : ଦଳର ପ୍ରତିଷ୍ଠା ଦିବସରେ ଭାବବିହ୍ୱଳ ପୋଷ୍ଟ୍ କଲେ ଝିଅ, କହିଲେ…
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳର ପ୍ରତିଷ୍ଠା ଦିବସରେ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ଭାବବିହ୍ୱଳ ପୋଷ୍ଟ୍ କରିଛନ୍ତି । ଏହାସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଲାଲୁ ହସ୍ପିଟାଲରେ ଥିବା ଦେଖିବାକୁ ମିଳିଛି । ଲାଲୁ ଖୁବ୍ ଦୁର୍ବଳ ଓ ଅସୁସ୍ଥ ଲାଗୁଛନ୍ତି । ଫଟୋ ସେୟାର କରି ପିତାଙ୍କ ଆରୋଗ୍ୟ କାମନା କରିଛନ୍ତି ଝିଅ ରୋହିଣୀ ଆଚାର୍ଯ୍ୟ ।
ସୂଚନାନୁସାରେ, ମଙ୍ଗଳବାର ହେଉଛି ଲାଲୁଙ୍କ ଦଳ ଆରଜେଡିର ପ୍ରତିଷ୍ଠା ଦିବସ । ଦଳର କର୍ମୀ ୨୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି । କିନ୍ତୁ ଲାଲୁ ହସ୍ପିଟାଲରେ ଅଛନ୍ତି । ତେଣୁ କୌଣସି ସ୍ଥାନରେ ବଡ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାହିଁ । ସ୍ଥାପନା ଦିବସରେ କେବଳ ମେମ୍ବରସିପ୍ ଅଭିଯାନ ଚାଲିଛି ।
My hero
My backbone Papa🙏
Get well soon 🤞हर बाधाओं से जिसने पाई है मुक्ति
करोड़ों लोगों की दुआएं है जिनकी शक्ति🙏 pic.twitter.com/36ndAbRnTG— Rohini Acharya (@RohiniAcharya2) July 5, 2022