ଜାତୀୟ

ବିବାଦୀୟ ଟ୍ୱିଟ୍‌କୁ ନେଇ ହୋଇଥିବା ସମସ୍ତ ମାମଲାକୁ ଖାରଜ କରିବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଅଲ୍ଟ ନ୍ୟୁଜ ସହ ସଂସ୍ଥାପକ ମହମ୍ମଦ ଜୁବେର

ନୂଆଦିଲ୍ଲୀ: ବିବାଦୀୟ ଟ୍ୱିଟ୍‌ ନେଇ ଗିରଫ ହୋଇଥିବା ଅଲ୍ଟ ନ୍ୟୁଜ୍‌ର କୋ-ଫାଉଣ୍ଡର ହମ୍ମଦ ଜୁବେରଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ହୋଇଛି। ମାମଲାଗୁଡ଼ିକ ଖାରଜ କରିବା ପାଇଁ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ଜୁବେର।

ତାଙ୍କ ନାଁରେ ଉତ୍ତର ପ୍ରଦେଶର ମୁଜଫାରନଗର, ଗାଜିଆବାଦ, ସୀତାପୁର,ଲକ୍ଷୀମପୁର ଏବଂ ହାଥରସରେ ୬ଟି ମାମଲା ରୁଜୁ ହୋଇଛି। ଜୁବେର ତାଙ୍କ ଆବେଦନରେ ମାମଲା ଖାରଜ କରିବାକୁ  ଅନୁରୋଧ କରିବା ତାଙ୍କ ବିରୋଧରେ ହୋଇଥିବା ମାମଲାର ଯାଞ୍ଚ ପାଇଁ ଗଠନ ହୋଇଥିବା ଏସ୍‌ଆଇଟି ଟିମକୁ ମଧ୍ୟ ସେ ଚ୍ୟାଲେଞ୍ଜ କରିଛନ୍ତି। ପ୍ରୀତ ଇନ୍ଦର ସିଂହଙ୍କ ନେତୃତ୍ୱରେ ଏସ୍‌ଆଇଟି ଗଠନ କରାଯାଇଛି। ତାଙ୍କ ବିରୋଧରେ ଦିଲ୍ଲୀରେ ହୋଇଥିବା ମାମଲାକୁ ଖାରଜ କରିବା ସହ ତାଙ୍କୁ ସମସ୍ତ ମାମଲାରେ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ଜୁବେର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ସୂଚନା ଥାଉକି ଅଲ୍ଟ ନ୍ୟୁଜ୍‌ ସହ ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ତାଙ୍କର ବିବାଦୀୟ ଟ୍ୱିଟ୍ ପାଇଁ ଗିରଫ କରାଯାଇଛି। ସେ ୨୦୧୮ରେ ଏକ ଟ୍ୱିଟ୍ କରିଥିଲେ। ତାଙ୍କ ଟ୍ୱିଟ୍‌କୁ ନେଇ ଜଣେ ୟୁଜର ବିରୋଧ କରିବା ପରେ ଜୁନ ୨୭ ତାରିଖରେ ତାଙ୍କୁ  ଗିରଫ କରିଥିଲା ଦିଲ୍ଲୀ ପୁଲିସ୍। ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ମହମ୍ମଦ ଜୁବେରଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସେ ଜେଲ୍‌ରେ ଅଛନ୍ତି।

Related Articles

Back to top button