ବ୍ରହ୍ମପୁର,୧୮/୦୭/୨୦୨୨- ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ପୋଲସରା ବ୍ଲକ ଖଣ୍ଡୁରୁ ଗ୍ରାମରେ ପବିତ୍ର ରଥଯାତ୍ରା ଅବସରରେ ଓଁ ଶ୍ରୀ ବାବା କପିଳେଶ୍ୱର ଯୁବ ଗଣନାଟ୍ୟ ସଂସଦ ପରିବେଷିତ ପୌରାଣିକ ନାଟକ “ଅର୍ଜୁନ ରଥରେ କୃଷ୍ଣ ସାରଥୀ”ର ଶୁଭ ଉଦ୍ଘାଟନ କରିଛନ୍ତି । କଳାକାରମାନେ ସଂପ୍ରତି ଆତ୍ମ ପରିଚିତି ହେବା ନିତାନ୍ତ ଆବଶ୍ୟକ ବୋଲି ଉଦବୋଧନରେ କହିଥିଲେ । ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ, ରୋଶନ୍ ମହାସଂଘ ପକ୍ଷରୁ ନାଟ୍ୟ ନିର୍ଦ୍ଦେଶକ ଗୁରୁ ଇନ୍ଦ୍ରମଣି ସାସମଲ୍, ନାଟ୍ୟ ସଂଗଠକ ତଥା ମଞ୍ଚଭିନେତା ଶିବ ସାହୁ, ସୁଶାନ୍ତ କୁମାର ପ୍ରଧାନ, ଲିଙ୍ଗରାଜ ସାହୁ ଏବଂ କୈଳାସ ପ୍ରଧାନଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ସହ ଗ୍ରାମୀଣ ନାଟ୍ୟ ସଂସ୍କୃତିରୁ ଅପସଂସ୍କୃତିକୁ ସମ୍ପୂର୍ଣ ଦୂରେଇ ରଖିବା ନିମନ୍ତେ ନିବେଦନ କରିଥିଲେ । ଏହି ଅବସରରେ ନାଟକରେ ଅଭିନୟ କରିଥିବା ସମସ୍ତ କଳାକାରଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ପୋଲସରା ବ୍ଲକ ବିଜେଡ଼ି ସଭାପତି ବିଜୟ କୁମାର ସାହୁ, ସରପଞ୍ଚ ପ୍ରତିନିଧି ଟୁଲୁ ପଣ୍ଡା ଏବଂ ସମିତିସଭ୍ୟ ପ୍ରତିନିଧି ସତ୍ୟବାଦୀ ସାହୁ ଅତିଥି ଭାବେ ଯୋଗଦେଇ ନାଟ୍ୟ ସଂସ୍କୃତି କ୍ଷେତ୍ରରେ ଖଣ୍ଡୁରୁ ଗ୍ରାମର ମହନୀୟ ଭୂମିକା ସମ୍ପର୍କରେ କହିଥିଲେ । ନାଟକର ବିଭିନ୍ନ ଭୂମିକାରେ ହରିହର, ଭଜରାମ, ପୂର୍ଣ୍ଣଚନ୍ଦ୍ର, ନିବାସୀ, ଅର୍ଜୁନ, ପ୍ରଦୀପ, ଶଙ୍କର, ଟୁକୁନା, ଦେବେନ୍ଦ୍ର, ଗୋପାଳ, ସଞ୍ଜୟ, ସନ୍ନ୍ୟାସୀ, ନୀଳ, ନାରାୟଣ ପ୍ରମୁଖ ବହୁ କଳାକାର ବାସ୍ତବ ଅଭିନୟ ପ୍ରଦର୍ଶନ କରି ଅଞ୍ଚଳବାସୀଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି ।
Back to top button