ଓଡ଼ିଶା

ବନ୍ଧୁକ ଦେଖାଇ ୩ ଫଟୋଗ୍ରାଫରଙ୍କଠୁ ଲୁଟ୍, ୭ଲକ୍ଷ ଟଙ୍କାର କ୍ୟାମେରା ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ ପର୍ଯ୍ୟଟନସ୍ଥଳି ଭୀମଡୁଙ୍ଗୁରୀଠାରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ତିନି ଜଣ ଫଟୋଗ୍ରାଫରଙ୍କଠାରୁ ଲୁଟ୍ ହୋଇଛି । ତିନି ଜଣ ଲୁଟେରା ବାଇକରେ ଆସି ଲୁଟି ନେଲେ ୭ ଲକ୍ଷ ଟଙ୍କାର କ୍ୟାମେରା ସାମଗ୍ରୀ I ବାଇକ୍ ଚାବି ମଧ୍ୟ ଲୁଟିନେଲେ ଲୁଟେରା I ଲୁଟର ଶିକାର ଯୁବକମାନେ ହେଲେ ରାହୁଲ ଜୁଆଡ଼, ସୁଶାନ୍ତ ଶେଖର ହୋତା ଓ ସୁନୀଲ ଭୋଇ I ଲୁଟେରାମାନେ ଗାଡି ନଂ ଓଡି୦୩୦୪୪୨ରେ ଆସି ଭୀମଡୁଙ୍ଗୁରୀ ବଟିଂ ପଏଣ୍ଟଠାରୁ ଲୁଟ କରି ଫେରାର ହୋଇଯାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com