ଓଡ଼ିଶା

ପୁରୀରେ ଆମ୍ ଆଦ୍‌ମୀ ପାର୍ଟି ତରଫରୁ ବିଜୁଳି ଆନ୍ଦୋଳନକୁ ଆହ୍ଵାନ

() ପୁରୀ ଜିଲ୍ଲାରେ ମଙ୍ଗଳବାର ଆମ୍ ଆଦ୍‌ମୀ ପାର୍ଟି ତରଫରୁ ବିଜୁଳି ଆନ୍ଦୋଳନକୁ ଆହ୍ଵାନ ଦେଇ ପ୍ରତ୍ୟେକ ପରିବାରକୁ 200 ୟୁନିଟ୍ ବିଜୁଳି ଦାବିରେ ବିଜୁଳି ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଓଡ଼ିଶା ସରକାର ପୂର୍ବ ବର୍ଷ ବାରମ୍ବାର ବିଜୁଳି ଦର ବଢେଇ ଥିବାରୁ ଆମ୍ ଆଦ୍‌ମୀ ପାର୍ଟି ବିରୋଧ କରିଥିଲା ଏବଂ ଭୁବନେଶ୍ବର ରେ 200 ୟୁନିଟ୍ ଦେୟମୁକ୍ତ ବିଜୁଳି ଦାବିରେ ରାଜ୍ୟ ଆବାହକ ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର 10ଦିନ ଧରି ଅନଶନରେ ବସିଥିଲେ ଏବଂ କରୋନା ପ୍ରକୋପ ବଢୁଥିବା ଯୋଗୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା ।

ଦିଲ୍ଲୀ ବାହାର ରାଜ୍ୟରୁ ବିଜୁଳି କିଣି ଦିଲ୍ଲୀରେ 200 ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ଏବଂ 400 ୟୁନିଟ୍ ପର୍ଯ୍ୟନ୍ତ ଅଧା ଦରରେ ବିଜୁଳି ବିତରଣ କରୁଛି କିନ୍ତୁ ଓଡ଼ିଶା ବିଜୁଳି ବଳକା ରାଜ୍ୟ ହୋଇ ଅନ୍ୟ ରାଜ୍ୟକୁ ବିଜୁଳି ବିକ୍ରି କରି ନିଜ ରାଜ୍ୟ ପାଇଁ ଏଭଳି ସୌତଲା ବ୍ୟବହାର କରିବାକୁ ଆପ୍ ସମ୍ପୂର୍ଣ୍ଣ ବିରୋଧ କରୁଛି।

ଆଗକୁ ପ୍ରାୟ 2 ମାସ କାଳ ଆପ୍ ର ପ୍ରତ୍ୟକ କାର୍ଯ୍ୟକର୍ତ୍ତା ଘର ଘର ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ଅଭିଯାନ କରି ସମସ୍ତ ଦସ୍ତଖତକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠେଇବେ । ଯଦି ରାଜ୍ୟ ସରକାର ରାଜ୍ୟବାସୀଙ୍କ କଥାକୁ ନମାନନ୍ତି ତେବେ ଆଗକୁ ଆମ୍ ଆଦ୍‌ମୀ ପାର୍ଟି ପ୍ରତ୍ୟେକ ଓଡ଼ିଆଙ୍କ ଅଧିକାର ପାଇଁ ଭୁବନେଶ୍ୱରରେ ଏକ ବିଶାଳ ଆନ୍ଦୋଳନ କରିବ ।

ପ୍ରେସ ମିଟରେ ଜିଲ୍ଲା ଆବାହକ ଶ୍ରୀଯୁକ୍ତ ସଞ୍ଜୀବ ମହାନ୍ତି , ମୁଖପାତ୍ର ସତ୍ୟଜିତ ମହାନ୍ତି , ନଗର ଅଧ୍ୟକ୍ଷ ଅନିଲ ସେନାପତି , ମିଡ଼ିଆ ସଂଯୋଜକ ସମୀର ସାମନ୍ତରାୟ ,ପ୍ରକାଶ ପ୍ରଧାନ , ରାକେଶ ନନ୍ଦ , ସୁଧାଂଶୁ ଶେଖର ଏବଂ ସୁନି ଜେନା ଆଦି ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com